ଭୁବନେଶ୍ୱର ଏମ୍ସ ହସ୍ପିଟାଲ ୫ମ ମହଲାରୁ ଡେଇଁ ରୋଗୀଙ୍କ ଜୀବନ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଶନିବାର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ। ସେ କିଛିଦିନ ଧରି ଏମ୍ସ ସର୍ଜରୀ ବିଭାଗର ପଞ୍ଚମ ମହଲାରେ ଚିକିତ୍ସିତ ହେଉଥିଲେ। ସାଙ୍ଗରେ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ। କୌଣସି କାରଣରୁ ମହେନ୍ଦ୍ରଙ୍କ ପାଦ କଟାଯାଇ ସର୍ଜରୀ ହୋଇଥିଲା। ଯାହାକୁ ନେଇ ମହେନ୍ଦ୍ର ଚିନ୍ତିତ ଥିଲେ। ତେବେ ଆଜି ଅପରାହ୍ନରେ ଝରକା ଦେଇ ସେ ୫ମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ ଛାତରୁ କାହିଁକି ଡେଇଁଲେ ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ।

Related Articles

Back to top button