ସିରିଜ୍‌ ଜିତିଲା ଭାରତ

ବର୍ମିଂହାମ୍‌ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍‌ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା ସହିତ ଭାରତ ୨ ଓ୍ବିକେଟରେ ବିଜୟ ଲାଭ କରି ୩ ଟି ମ୍ୟାଚରୁ ୨ ଟିରେ ବିଜୟ ଲାଭ କରି ସିରିଜ୍‌ ଜିତିଛି। ଆଉ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ବାକି ରହିଛି। ୧୭୧ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦଳବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ୧୭ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଡାଓ୍ବିଡ ମାଲାନ ୨୫ ବଲରେ ୧୯ ରନ୍‌ କରିଥିବାବେଳେ ମୋଇନ୍‌ ଅଲ୍ଲୀ ୨୧ ବଲରୋ ୩୫ ରନ୍‌ କରିଥିଲେ। ଡେଭିଡ୍‌ ଓ୍ବିଲେ ୨୨ ବଲ୍‌ରେ ୩୩ ରନ୍‌ କରିଛନ୍ତି।

ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ ପାଇଁ ଆସି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୦ ରନ୍‌ କରଥିଲା। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ରନ୍‌ ରହିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ବଲରେ ୩୧ ରନ୍‌, ରିଶଭପନ୍ତ ୧୫ ବଲରେ ୨୬ ରନ୍‌, ରବିନ୍ଦ୍ର ଜାଡ଼େଜା ୨୯ ବଲରେ ୪୬ ରନ୍‌, ଦିନେଶ କାର୍ତ୍ତିକ ୧୭ ବଲ୍‌ରେ ୧୨ ରନ୍‌ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ୧୧ ବଲରେ ୧୫ ରନ୍‌ କରିଥିବାବେଳେ ହର୍ଶଲ ପଟେଲ ୬ ବଲ୍‌ରେ ୧୩ ରନ୍‌ କରିଛନ୍ତି।

Related Articles

Back to top button