ଦେଶ ଛାଡିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଛନ୍ତି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରିବା ସହ ରାଷ୍ଟ୍ରପତିଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ରାଜପକ୍ଷେ ପଳାୟନ କରିଛନ୍ତି । ସୁରକ୍ଷାକର୍ମୀମାନେ ତାଙ୍କୁ ନେଇ ନିରାପଦ ସ୍ଥାନରେ ଛାଡିଥିବା କୁହାଯାଉଛି।

ଦେଶରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଜନସାଧାରଣଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶରେ ତୈଳ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଲୋକମାନେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ଦିନ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଇସ୍ତଫା ଦାବି କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନକୁ ଘେରି ରହିଥିଲେ। ସମ୍ବାଦ ସରବରାହ ସଂସ୍ଥା​‌ ଏଏଫପି ଅନୁଯାୟୀ, ଏହି ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହାୟତାରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କ ବାସଭବନରୁ ପଳାଇ ଯାଇଥିଲେ।

ପ୍ରକାଶ ଯେ, କିଛି ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ବାସଭବନ ପରିସରରେ ପ୍ରବେଶ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ରାଷ୍ଟ୍ରପତିଙ୍କୁ ଘରୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଶ୍ରୀଲଙ୍କାର ଏକ ଟିଭି ଚ୍ୟାନେଲ ସିରାସା ଟିଭି ଦ୍ୱାରା ପ୍ରକାଶିତ ଫୁଟେଜରେ ରାଷ୍ଟ୍ରପତିଙ୍କ ବାସଭବନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ତେବେ ସୁରକ୍ଷା ବାହିନୀ ପାଣି ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରି ବିକ୍ଷେଭକାରୀଙ୍କୁ ଘଉଡାଇବାକୁ  ଚେଷ୍ଟା କରିଥିଲେ। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣା ପଡିଛି।

ଶ୍ରୀଲଙ୍କା ଗତ କିଛି ମାସ ଧରି  ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ସମଗ୍ର ଦେଶରେଖାଦ୍ୟଠାରୁ ଆରମ୍ଭ କରି ଇନ୍ଧନ ପର୍ଯ୍ୟନ୍ତ ଅଭାବ ଦେଖାଦେଇଛି। ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏପରିକି ଘରକୁ ମାତ୍ର କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ଆସୁଛି। କ୍ରମାଗତ ଭାବରେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେତୁ ଦେଶ ଚିକିତ୍ସା ସମ୍ବନ୍ଧୀୟ ଜରୁରୀ ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ ହୋିପାରି ନାହିଁ।

Related Articles

Back to top button