ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା ଟିମ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଟିମର ଘୋଷଣା କରାଯାଇଛି । ହରମନପ୍ରୀତ ଉଭୟ ଦିନିକିଆ ଏବଂ ଟି୨୦ରେ ଦଳର ନେତୃତ୍ୱ ନେବେ ଏବଂ ସ୍ମୃତି ମାନ୍ଧନା ତାଙ୍କ ଡେପୁଟି ରହିବେ । ସିନିୟର ପେସ ବୋଲର ଝୁଲଣ ଗୋସ୍ୱାମୀ ଆଘାତ ସମସ୍ୟା ପରେ ଦିନିକିଆ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଜେମିମା ରୋଡ୍ରିଗିସ ମଧ୍ୟ ଫିଟ ହେବା ପରେ ଉଭୟ ଟିମରେ ସ୍ଥାନ ପାଇଛନ୍ତି ।
ଟି୨୦ ଟିମ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପ ଅଧିନାୟିକା), ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର, ଜେମିମା ରୋଡ୍ରିଗ୍ୟୁସ, ସ୍ନେହା ରାଣା, ରେଣୁକା ସିଂ ଠାକୁର, ମେଘନା ସିଂ, ରାଧା ଯାଦବ, ଏସମେଘନା, ତାନ୍ୟା ସପନା ଭାଟିଆ, ରାଜେଶ୍ୱରୀ ଗାଏକ୍ୱାଡ, ଡିହେମଲତା, ସିମରନ ଦିଲ ବାହାଦୂର, ରିଚା ଘୋଷ ଓ କେପି ନାଭଗି ।
ଦିନିକିଆ ଟିମ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପ ଅଧିନାୟିକା, ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର, ଜେମିମା ରୋଡ୍ରିଗ୍ୟୁସ, ସ୍ନେହା ରାଣା, ରେଣୁକା ସିଂ ଠାକୁର, ମେଘନା ସିଂ, ତାନ୍ୟା ସପନା ଭାଟିଆ, ରାଜେଶ୍ୱରୀ ଗାଏକ୍ୱାଡ, ଡିହେମଲତା, ସିମରନ ଦିଲ ବାହାଦୂର, ହୀରାଲାଲ ଦେଓଲ ଓ ଝୁଲଣ ଗୋସ୍ୱାମୀ

Related Articles

Back to top button