ଆଇପିଏଲ୍ ନିଲାମରେ ସାମ କୁରେନଙ୍କୁ ୧୮.୫୦କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ୍
କୋଚି: କୋଚିରେ ଆରମ୍ଭ ହେଲା ଆଇପିଏଲ ୨୦୨୩ ନିଲାମ । ସବୁଠୁ ଅଧିକ ଦାମରେ ବିକ୍ରିହେଲେ ଇଂଲଣ୍ଡ ଖେଳାଳି ସାମ୍ କୁରେନ୍ । ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି । ଯାହା ଆଇପିଏଲ୍ ନିଲାମ ଇତିହାସରେ ରେକର୍ଡ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ପ୍ରଥମ ନିଲାମ କେନ୍ ଓ୍ୱିଲିୟମସନଙ୍କ ପାଇଁ ଡକାଯାଇଥିଲା । ଓ୍ୱିଲିୟମସନଙ୍କ ପାଇଁ କେବଳ ଗୁଜରାଟ ଟାଇଟନ୍ସ ନିଲାମ ଡାକି ୨ କୋଟି ଟଙ୍କାରେ କିଣିଲା ।
Record Alert 🚨
Sam Curran 𝙗𝙚𝙘𝙤𝙢𝙚𝙨 𝙩𝙝𝙚 𝙢𝙤𝙨𝙩 𝙚𝙭𝙥𝙚𝙣𝙨𝙞𝙫𝙚 𝙥𝙡𝙖𝙮𝙚𝙧 𝙚𝙫𝙚𝙧 𝙩𝙤 𝙗𝙚 𝙗𝙤𝙪𝙜𝙝𝙩 𝙞𝙣 𝙄𝙋𝙇!
He goes BIG 🤯- INR 18.50 Crore & will now play for Punjab Kings 👏 👏#TATAIPLAuction | @TataCompanies pic.twitter.com/VlKRCcwv05
— IndianPremierLeague (@IPL) December 23, 2022
ଅଷ୍ଟ୍ରେଲିୟ ଖେଳାଳି କ୍ୟାମରୁନ ଗ୍ରୀନଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ୧୭.୫୦ କୋଟି ଟଙ୍କାରେ କିଣିଛି । ଇଂଲଣ୍ଡ କ୍ରିକେଟିଅର ବେନ୍ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପରକିଙ୍ଗସ୍ ୧୬.୨୫ କୋଟିରେ ନିଲାମ ନେଇଛି । ନିକୋଲାସ ପୁରନ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ରେ ୧୬.୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।
ହ୍ୟାରୀ ବ୍ରୁକଙ୍କୁ ସନରାଇଜର୍ସ ହାଇଦ୍ରାବାଦ୍ ୧୩.୨୫ କୋଟି ଟଙ୍କାରେ କିଣିଛି । ହ୍ୟାରୀ ବ୍ରୁକଙ୍କ ବେସ୍ ପ୍ରାଇସ୍ ମାତ୍ର ୧.୫ କୋଟି ଟଙ୍କା ଥିଲା । ବ୍ରୁକଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟଣାଓଟରା ଲାଗିଥିଲା । ଜୋ ରୁଟ୍, ରିଲି ରୁସୋ, ସକୈବ ଅଲ୍ ହାସନ୍ ଅନସୋଲ୍ଡ ରହିଛନ୍ତି ।