ଜସପ୍ରୀତ ବୁମ୍‌ରାଙ୍କ ରେକର୍ଡ: ଇଂଲଣ୍ଡରେ ଦିନିକିଆ କ୍ରିକେଟରେ ୬ ଉଇକେଟ

୧୯ ବର୍ଷ ପରେ ନେହେରାଙ୍କ ରେକର୍ଡ ଭାଙ୍ଗିଛନ୍ତି ବୁମ୍‌ରା

ଓଭାଲ: ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଭାରତୀୟ ପେସର ଜସପ୍ରୀତ ବୁମ୍‌ରା। ପ୍ରଥମ ବୋଲର୍‌ ଭାବେ ଇଂଲଣ୍ଡ ମାଟିରେ ସେ ଦିନିକିଆ କ୍ରିକେଟରେ ୬ ଉଇକେଟ ନେବାର ଗୌରବ ଅର୍ଜନ କରିଛନ୍ତି। ବୁମ୍‌ରା ୭.୨ ଓଭରରେ ୧୯ ରନ୍‌ ପାଇଁ ୬ ଉଇକେଟ ନେଇଥିଲେ। ଜେସନ ରୟ, ଜନି ବେୟରଷ୍ଟୋ, ଜୋ ରୁଟ୍‌, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ୍‌ ଓ୍ବିଲି ଏବଂ ବ୍ରେଡେନ କେର୍ସିଙ୍କ ଭଳି ଖେଳାଳି ତାଙ୍କ ଶିକାର ପାଲଟିଥିଲେ। ବୁମ୍‌ରାଙ୍କ ବ୍ୟତିତ ମହମ୍ମଦ ଶାମି ୩ ଉଇକେଟ ଏବଂ ପ୍ରସିଦ୍ଧ କ୍ରିଷ୍ଣ ୧ ଉଇକେଟ ନେଇଥିଲେ।

ତେବେ ବୁମ୍‌ରା ନିଜ ଜବରଦସ୍ତ ବୋଲିଂରେ ଆଶିଷ ନେହେରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୦୩ ବିଶ୍ୱକପ୍‌ ସମୟରେ ଇଂଲଣ୍ଡ ବିପକ୍ଷରେ ନେହେରା ୨୩ ରନ୍‌ ଦେଇ ୬ ଉଇକେଟ ନେଇଥିଲେ। ୧୯ ବର୍ଷ ପରେ ନେହେରାଙ୍କ ରେକର୍ଡ ଭାଙ୍ଗିଛନ୍ତି ବୁମ୍‌ରା।

ସେହିଭଳି କୁଲଦୀପ ଯାଦବଙ୍କ ପରେ ଇଂଲଣ୍ଡରେ ଦିନିକିଆର ଗୋଟିଏ ଇନିଂସରେ ୬ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ପାଲଟିଛନ୍ତି ସେ। କୁଲଦୀପ ଜୁଲାଇ ୧୨ରେ ୨୫ ରନ୍‌ ଦେଇ ଇଂଲଣ୍ଡ ବିପକ୍ଷରେ ୬ ରନ୍‌ ନେଇଥିଲେ।

Related Articles

Back to top button