ଭାରତ ଏବଂ ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତର ସହଜ ବିଜୟ

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୧ ରନ୍‌ ଲକ୍ଷ୍ୟର ପିଛା କରି ଭାରତ ୧୮.୪ ଓଭରରେ କୌଣସି ଓ୍ବିକେଟ ନ ହରାଇ ୧୧୪ ରନ୍‌ ସଂଗ୍ରହ କରିଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ ଦିବସୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ଟିମ୍‌ ଇଣ୍ଡିଆ ସହିତ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଇଂଲଣ୍ଡ ଦଳ ପ୍ରଥମରୁ ବ୍ୟାଟିଂ ଲାଇନ୍‌ ବିପର୍ଯ୍ୟସ୍ତର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ଦଳ ୨୫.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ପାଇଁ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ୫୮ ବଲରେ ୭୬ ରନ୍‌ କରିଥିଲେ। ସେହିପରି ଶିଖର ଧାଓ୍ବନ ୫୪ ବଲରେ ୩୧ ରନ୍‌ କରିଥିଲେ।
ଇଂଲଣ୍ଡ ପକ୍ଷରୁ ଜନସନ ରାଏ ୫ ବଲ୍‌ ଖେଳି କୌଣସି ରନ୍‌ ନ କରି ପାଭିଲିୟନ ଫେରିଥିଲେ। ସେହିପରି ଜୋଏ ରୁଟ୍‌, ବେନ୍‌ ଷ୍ଟୋକ୍‌, ଲିଆମ୍‌ ଲିଭିଂଷ୍ଟୋନ୍‌ ଖାତା ନଖୋଲି ପାଭିଲିୟନ ଫେରି ଥିଲେ। ଜୋନି ବେୟାରଷ୍ଟୋ ୨୦ ବଲ୍‌ ରେ ୭ ରନ୍‌ କରିଥିବାବେଳେ ଜୋସ୍‌ ବଟଲର ୩୨ ବଲ୍‌ରେ ୩୦ ରନ୍‌, ମୋଏନ ଅଲ୍ଲୀ ୧୮ ବଲ୍‌ରେ ୧୪ ରନ୍‌ କରିଥିଲେ। ଭାରତୀୟ ବୋଲର ଜସପ୍ରୀତ୍‌ ବୁମ୍ରା ୬ ଓ୍ବିକେଟ ନେଇ ଇଂଲଣ୍ଡ ଦଳ ପାଇଁ କୋକୁଆ ଭୟ ସୃଷ୍ଟି କରିଥିଲେ।

Related Articles

Back to top button