ଘୋଷଣା ହେଲା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ: ଦଳକୁ ଫେରିଲେ ବୁମ୍‌ରା ଓ ହର୍ଷଲ ପଟେଲ୍, ବାଦ୍‌ ପଡ଼ିଲେ ଜାଡ଼େଜା

ମୁମ୍ବାଇ: ଯାହା ଆଶଙ୍କା ଥିଲା ସେୟା ହେଲା। ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡ଼େଜା। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ରବୀନ୍ଦ୍ର ଜାଡ଼େଜାଙ୍କୁ ବାଦ୍ ଦିଆଯାଇଥିବା ବେଳେ ବୁମ୍‌ରା ଓ ହର୍ଷଲ ପଟେଲ୍‌କୁ ଟିମ୍‌ରେ ସ୍ଥାନ ମିଳିଛି।

ଅକ୍ଟୋବର ୧୬ ରୁ ନଭେମ୍ବର ୧୩ରେ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଦଳ ସହିତ ୪ ଜଣ ଷ୍ଟାଣ୍ଡବାଏ ଖେଳାଳି ରହିବେ।

ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍- ରୋହିତ ଶର୍ମା(କ୍ୟାପ୍ଟେନ୍),କେଏଲ୍ ରାହୁଲ(ଭାଇସ୍ କ୍ୟାପ୍ଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷବ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱନୀ, ୟୁଜୱେନ୍ଦ୍ର ଚହଲ, ଅକ୍ସର ପଟେଲ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ।

ଷ୍ଟାଣ୍ଡବାଏ ପ୍ଲେୟାର- ମହମ୍ମଦ ଶାମୀ, ରବି ବିଷ୍ଣୋଇ ଓ ଦୀପକ ଚହର

ଟି-୨୦ ବିଶ୍ୱକପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ। ସୁପର ୧୨ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦେଶ ଭାଗ ନେବେ। ଗ୍ରୁପ୍‌-୨ରେ ଭାରତ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ସହ ଗ୍ରୁପ୍ ‘ବି’ର ବିଜେତା ଓ ଗ୍ରୁପ୍‌ ଏର ରନର୍ସଅପ୍‌ ରହିବେ। ବିଶ୍ୱକପ୍‌ରେ ସମସ୍ତ ମ୍ୟାଚ୍ ଆଡିଲେଡ୍, ବ୍ରିଶବାନ, ଗୀଲଙ୍ଗ, ମେଲବର୍ଣ୍ଣ, ପର୍ଥ ଏବଂ ସିଡ୍‌ନୀରେ ଖେଳାଯିବ।

ଭାରତୀୟ ବ୍ୟାଟିଂ ଅର୍ଡର- ରୋହିତ ଶର୍ମା ଓ କେଏଲ୍ ରାହୁଲ ଓପନିଂ କରିବାକୁ ଥିବା ବେଳେ ବିରାଟ କୋହଲି ୩ ନମ୍ବର ସ୍ଥାନରେ, ସୂର୍ଯ୍ୟ କୁମାର ୪ ନମ୍ବର ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ଓ ଦିନେଶ କାର୍ତ୍ତିକ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି।

ବୋଲିଂ ଆଟାକ- ଅନ୍ୟପଟେ ବୋଲିଂ କଥା ଦେଖିଲେ ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତାଙ୍କ ପଛକୁ ଭୁବନେଶ୍ୱର କୁମାର ଏବଂ ଦେଶର ବେଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ବି ପଡ଼ିଆରେ ଯାଦୁ ଦେଖାଇବେ। ବାମହାତୀ ବୋଲର ଅର୍ଶଦୀପ ସିଂହ ଟି-୨୦ ସ୍ପେଶାଲିଷ୍ଟ ହର୍ଷଲ ପଟେଲ ଭାରତର ବୋଲିଂକୁ ମଜଭୁତ କରିବେ।

Related Articles

Back to top button