ରୋଗୀଙ୍କ ସର୍ଜରୀ କରିବା ପାଇଁ ୩ କିଲୋମିଟର ଦୌଡ଼ି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର

ବେଙ୍ଗାଲୁ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିଶ୍ୱାସ କରାଯାଏ। କାରଣ ଡାକ୍ତରଙ୍କ ଯୋଗୁଁ ହିଁ ମଣିଷ ଅନେକ ରୋଗରୁ ସୁସ୍ଥ ହୋଇପାରିଥାଏ । ତେବେ ବର୍ତ୍ତମାନ ଏଭଳି ଜଣେ ମହାନ୍ ଡାକ୍ତର ବିଷୟରେ ସାରା ଦେଶରେ ଚର୍ଚ୍ଚା ହେଉଛି । ଯିଏକି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ତିନି କିଲୋମିଟର ଦୌଡ଼ି ଦୌଡ଼ି ହସ୍ପିଟାଲରେ ପହଞ୍ଚିଥିଲେ । ଆଉ ସର୍ଜରୀ କରି ରୋଗୀଙ୍କ ଜୀବନ ବଞ୍ଚାଇଥିଲେ ।

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଏହି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଡାକ୍ତର ସମୟରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସର୍ଜରୀ କରିବା ପାଇଁ ଯେଉଁ ରାସ୍ତା ଆପଣାଇଥିଲେ । ତାହା ଏବେ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ସେ ପ୍ରତିଦିନର ଟ୍ରାଫିକକୁ ନିଜ କାମରେ ବାଧା ହେବାକୁ ଦେଇନାହାଁନ୍ତି ।

ବେଙ୍ଗାଲୁରୁର ସରଜାପୁରର ମଣିପୁର ହସ୍ପିଟାଲରେ ଗ୍ୟାଷ୍ଟ୍ରୋଲୋଜୀ ସର୍ଜନ ଡାକ୍ତର ଗୋବିନ୍ଦ ନନ୍ଦକୁମାର ୩୦ ଅଗଷ୍ଟରେ ସବୁଦିନ ପରି ଘରୁ ହସ୍ପିଟାଲକୁ ବାହାରିଥିଲେ। ତାଙ୍କୁ ସେଦିନ ଜଣେ ମହିଳାଙ୍କ ଇମରଜେନ୍ସୀ  ଲାପ୍ରୋସ୍କୋପିକ୍ ଗାଲବ୍ଲାଡର ସର୍ଜରୀ କରିବାର ଥିଲା । କିନ୍ତୁ ସରଜାପୁର-ମାରାଥଲୀ ଷ୍ଟ୍ରେଚ୍ ରୋଡ୍ରେ ସେ ଭୟଙ୍କର ଟ୍ରାଫିକ୍ ରେ ଫସିଯାଇଥିଲେ ।

ଏହି ଭୟଙ୍କର ଟ୍ରାଫିକ୍ ଯୋଗୁଁ ହେବାକୁ ଥିବା ବିଳମ୍ବ କାରଣରୁ ରୋଗୀଙ୍କର ଠିକ୍ ସମୟରେ ସର୍ଜରୀ ହୋଇପାରିବନାହିଁ ଭାବି ଡା.ନନ୍ଦକୁମାର ବିନା କିଛି ଚିନ୍ତା କରି ଗାଡ଼ିକୁ ସେହିଠାରେ ରୋଡ୍ ରେ ଛାଡ଼ି ଦୌଡ଼ି ଦୌଡ଼ି ହସ୍ପିଟାଲରେ ପହଞ୍ଚିଥିଲେ । ଏହା ତାଙ୍କର କର୍ତ୍ତବ୍ୟନିଷ୍ଠା ଯେ ସେ ମହିଳାଙ୍କ ସର୍ଜରୀ ସମୟରେ କରିବା ପାଇଁ ତିନି କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ସମୟରେ ମହିଳାଙ୍କ ସର୍ଜରୀ କରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ଆଉ ଏବେ ଏହି ମହାନ ଡାକ୍ତରଙ୍କ କାହାଣୀ ଖୁବ୍ ଚର୍ଚ୍ଚା ହେଉଛି ।

Related Articles

Back to top button