
ବୁମ୍ରାଙ୍କ ପ୍ରଦର୍ଶନକୁ ଅନନ୍ୟ କହିଲେ ରବି ଶାସ୍ତ୍ରୀ
ବର୍ମିଂହାମ: ଇଂଲଣ୍ଡର ଏଜବାଷ୍ଟନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର କ୍ୟାପଟେନ ଜସପ୍ରୀତ ବୁମ୍ରାଙ୍କ ପ୍ରଶଂସନୀୟ ପ୍ରଦର୍ଶନ । ଶନିବାର ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡର ପେଶ ବୋଲର ଷ୍ଟୁଆର୍ଟ ବ୍ରଡ଼ ଗୋଟିଏ ଓଭରରେ ୩୫ ରନ ଦେଇଛନ୍ତି । ଇନିଂସର ୮୪ ତମ ଓଭରରେ ବୁମ୍ରା ବ୍ରଡଙ୍କ ଏହି ଓଭରରେ ନିଜ ବ୍ୟାଟରୁ ୨୯ ରନ ସଂଗ୍ରହ କରିଥିବା ବେଳେ ୬ ରନ୍ ଅତିରିକ୍ତ ଭାବରେ ରନ ସ୍କୋରରେ ଯୋଡ଼ି ହୋଇଥିଲା ।
ବ୍ରଡଙ୍କ ଏହି ଓଭରରେ ୩୫ ରନ୍ ଆସିଥିଲା । ଯେଉଁଥିରେ ବୁମ୍ରା ନିଜ ବ୍ୟାଟରୁ ଚାରିଟି ଚୌକା, ଗୋଟିଏ ଅତିରିକ୍ତ ଓ୍ୱାଇଡ୍ ସହ ଚାରି ରନ୍, ଗୋଟିଏ ନୋ ବଲ ସହ ୬ ରନ୍ ଏବଂ ଗୋଟିଏ ନିଜ ବ୍ୟାଟରୁ ଛକା ଏବଂ ଆଉ ଗୋଟିଏ ଏକ ରନ୍ । ଏହି ଓଭରରେ ବୁମ୍ରାଙ୍କ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଛି ।
ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ବୁମରାଙ୍କ ଏହି ସଫଳତାକୁ ଅନନ୍ୟ ବୋଲି କହିଛନ୍ତି । ଏହାପୂର୍ବରୁ ଯୁବରାଜ ଗୋଟିଏ ଓଭରରେ ୬ଟି ବଲରେ ୩୬ ରନ୍ କରିଥିଲେ ଏବଂ ସେ ନିଜେ ୩୬ ରନ୍ କରିଥିଲେ ବୋଲି କହିଛନ୍ତି । ତେଣୁ ଆଜି ସେ ଯାହା ଦେଖିଲେ ତାହା ଅସାଧାରଣ ଥିଲା । ଯାହା କେହି କେବେ ଆଶା କରି ନଥିବେ। ଜସପ୍ରୀତ ବୁମ୍ରାଙ୍କ ପାଇଁ ଏହା ଏକ ବିଶ୍ୱ ରେକର୍ଡ । ଭାରତୀୟ ଅଧିନାୟକ ଭାବରେ ପ୍ରଥମ ଥର ପାଇଁ ୧୦ ନମ୍ବରରେ ବ୍ୟାଟିଂ କରିବା ଏବଂ ପରେ ଲାରା, ଜର୍ଜ ବେଲି, କେଶବ ମହାରାଜଙ୍କୁ ପଛରେ ପକାଇଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁ ବୋଲରଙ୍କ ଉପରେ ଯୁବରାଜ ଛଅଟି ଛକା ମାରିଥିଲେ, ସେହି ବୋଲର ଷ୍ଟୁଆର୍ଟ ବ୍ରଡ ଏବେ ବୁମ୍ରାଙ୍କ ହାବୁଡରେ ପଡିଛନ୍ତି ।