ବାଙ୍ଗଲୋରରେ କିକ ବକ୍ସିଂ ମ୍ୟାଚ ବେଳେ ଅଘଟଣା: ପ୍ରତିଦ୍ୱନ୍ଦ୍ୱୀର ପଂଚରେ ଚାଲିଗଲା ଖେଳାଳିଙ୍କ ଜୀବନ

ବାଙ୍ଗାଲୋର: ବାଙ୍ଗଲୋରରେ ଏକ କିକ ବକ୍ସିଂ ମ୍ୟାଚ ଅବସରରେ ବଡ ଅଘଟଣ ଘଟିଛି । ମ୍ୟାଚ ଚାଲିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କ ପହଚରେ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି । ନିଖିଳ ସୁରେଶ ଓ ନବୀନ ମଧ୍ୟରେ ମୁକାବିଲା ଚାଲିଥିଲା । ନବୀନଙ୍କ ଏକ ପଂଚରେ ନିଖିଳ ରିଙ୍ଗରେ ତଳେ ପଡିଗଲେ । ଅଚେତ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ୨ ଦିନ କୋମାରେ ରହିବା ପରେ ୨୩ ବର୍ଷୀୟ ନିଖିଳଙ୍କ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ନବୀନଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିଖିଳଙ୍କ ବାପା ଜଣେ କରାଟେ ଖେଳାଳି, ସେ ପୁଅକୁ ଆନ୍ତର୍ଜାତୀୟସ୍ତରରେ ଜଣେ ଭଲ ଖେଳାଳି ଭାବେ ଗଢ଼ିତୋଳିବାକୁ ଚାହୁଁଥିଲେ । ମାତ୍ର ତାଙ୍କ ଆଶା ସ୍ୱପ୍ନରେ ରହିଗଲା । ସେ ଅଭିଯୋଗ କରିଛନ୍ତି ଆୟୋଜକମାନେ ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଉପଯୁକ୍ତ ବନ୍ଦୋବସ୍ତ କରି ନ ଥିବାରୁ ଏ ଭଳି ଘଟଣା ଘଟିଲା । ରିପୋର୍ଟ ମୁତାବକ ଏବେ ଆୟୋଜକମାନେ ଫେରାର ହୋଇ ଯାଇଛନ୍ତି । ରାଷ୍ଟ୍ରୀୟ କିକ ବକ୍ସିଂ ଆସୋସିଏଶନ ସ୍ପଷ୍ଟ କରିଛି ଯେଉଁ ଆୟୋଜକ ଗ୍ରୁପ ଏହାକୁ ଆୟୋଜନ କରୁଥିଲେ ସେମାନଙ୍କ ସହ ସଂଘର କୌଣସି ସମ୍ବନ୍ଧ ନାହିଁ ।

Related Articles

Back to top button