ଅଲିମ୍ପିକ ପଦକ ବିଜେତା ଲଭଲିନା ଟ୍ୱିଟରରେ ତାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ କଲେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପଦକ ଜିତିଥିବା ମହିଳା ବକ୍ସର ଲଭଲିନା ବୋରଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଏକ ଟ୍ୱିଟ କରି ବଡ଼ ଅଭିଯୋଗ ଆଣିଛନ୍ତି । ଲଭଲିନା କହିଛନ୍ତି, ତାଙ୍କ କୋଚଙ୍କ ସହ ଠିକ୍ ବ୍ୟବହାର କରାଯାଉ ନାହିଁ ଏବଂ ଏହି ରାଜନୀତି ଯୋଗୁଁ ସେ ମାନସିକ ଚାପରେ ଅଛନ୍ତି ।

ଲଭଲିନା ଟ୍ୱିଟରେ ଏକ ଲେଖା ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଆଜି ମୁଁ ବଡ଼ ଦୁଃଖର ସହ କହୁଛି ଯେ, ମୋ ସହ ହାରସମେଣ୍ଟ ହେଉଛି । ପ୍ରତି ଥର ମୁଁ ଏବଂ ମୋର କୋଚ ଯିଏ ମୋତେ ଅଲିମ୍ପିକ ପଦକ ଜିତିବାରେ ସାହାଯ୍ୟ କରିଥିଲେ, ତାଙ୍କୁ ବାରମ୍ୱାର ହଟାଯାଇ ମୋର ଟ୍ରେନିଂ ପ୍ରକ୍ରିୟା ଏବଂ ପ୍ରତିଯୋଗିତାରେ ମାନସିକ ନିର୍ଯାତନା ଦେଉଛନ୍ତି । ଏଥିରେ ଜଣେ କୋଚ୍ ସଂଧ୍ୟା ଗୁରୁଙ୍ଗଜୀ ଦ୍ରୋଣାଚାର୍ଯ୍ୟ ବିଜେତା ମଧ୍ୟ ଅଛନ୍ତି । ମୋର ଦୁଇ କୋଚଙ୍କୁ କ୍ୟାମ୍ପରେ ବି ଟ୍ରେନିଂ ପାଇଁ ହଜାର ଥର ହାତ ଯୋଡିବା ପରେ ବହୁ ବିଳମ୍ୱରେ ସାମିଲ କରାଯାଉଛି । ଏହି ଟ୍ରେନିଂରେ ମୁଁ ବହୁ ଅସୁବିଧାର ସାମନା କରୁଛି ଏବଂ ମାନସିକ ନିର୍ଯାତନା ଭୋଗୁଛି ।

ଲଭଲିନା ଲେଖିଛନ୍ତି, ତାଙ୍କ କୋଚ୍ ସଂଧ୍ୟା ଗୁରୁଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡା ଗାଁ ବାହାରେ ରହୁଛନ୍ତି । ତାଙ୍କୁ ପ୍ରବେଶର ଅନୁମତି ନାହିଁ । ତାଙ୍କ ଅନ୍ୟ ଦୁଇ କୋଚଙ୍କୁ ଭାରତ ପଠାଇ ଦିଆଯାଇଛି । ସିବଡ୍ଲଜି ଆରମ୍ଭ ହେବାର ୮ ଦିନ ପୂର୍ବରୁ ତାଙ୍କର ଟ୍ରେନିଂ ବନ୍ଦ ହୋଇଯାଇଛି ।

ଯୁବ ବକ୍ସର କହିଛନ୍ତି, ‘ଏହି କାରଣରୁ ସେ ନିଜ ଖେଳ ଉପରେ ଫୋକସ ରଖିପାରୁ ନାହାନ୍ତି ଏବଂ ଏହି କାରଣରୁ ୱାର୍ଲଡ ଚାମ୍ପିୟନଶିପରେ ତାଙ୍କ ପ୍ରଦର୍ଶନ ଖରାପ ରହିଥିଲା। ପୁଣି ଥରେ ଏହି କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡା ଖରାପ କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି। ଏହାସହ ଏହି ରାଜନୀତିକୁ ଭାଙ୍ଗି ଦେଶ ପାଇଁ ପଦତ ପାଇବାର ସେ ଆଶା ରଖିଛନ୍ତି’।

ଏହାରି ଭିତରେ ଭାରତୀୟ ଖେଳ ପ୍ରାଧିକରଣ(SAI) ଏହି ମାମଲାର ଉଚିତ ସମାଧାନ ବାହାର କରିବା ପାଇଁ ପ୍ରସାୟ କରାଯାଉଥିବା କହିଛି। ସାଇ ଏହି ମାମଲାକୁ ବିଏଫଆଇ ଆଗରେ ଉଠାଇଛି। ଖେଳ ମନ୍ତ୍ରଣାଳୟ ଆଇଓଏ ସହ କଥା ହୋଇ ମାମଲାକୁ ସମାଧାନ କରିବା ଏବଂ ଲଭଲିନାକୁ ସର୍ବଶ୍ରେଷ୍ଠ ପ୍ରସ୍ତୁତି ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛି। ସେ ଏହି ଖଳରେ ପଦକ ପାଇଁ ବଡ଼ ଦାବିଦାର ଥିବା ସାଇ କହିଛି।

Related Articles

Back to top button