ଗ୍ରାଣ୍ଡମାଷ୍ଟର ହନସ ନିମନଙ୍କ ବିରୋଧରେ ଚିଟିଂ ଅଭିଯୋଗ ଆଣିଲେ ୱାର୍ଲଡ ଚେସ୍‌ ଚାମ୍ପିୟନ ମେଗ୍ନୁସ କାର୍ଲସନ

magnus-carlsen-cheating-chess-niemann_wide

ନୂଆଦିଲ୍ଲୀ ୨: ପାଞ୍ଚଥର ବିଶ୍ୱ ଚେସ୍ ଚାମ୍ପିୟନ ମେଗ୍ନୁସ କାର୍ଲସନ ଆମେରିକୀୟ ଗ୍ରାଣ୍ଡମାଷ୍ଟର ହନସ ନିମନଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣିଛନ୍ତି।  ସେ କହିଛନ୍ତି ଯେ ହନସ୍ ସାର୍ବଜନିକ ଭାବେ ଯେତିକି ସ୍ୱୀକାର କରିଛନ୍ତି ତାଠାରୁ ବି ସେ ଅଧିକ ଚିଟିଂ କରିଛନ୍ତି। ନରୱେର ଚେସ୍‌ ଚାମ୍ପିୟନ ସୋସିଆଲ ମିଡିଆରେ ଏ ନେଇ ଏକ ବିସ୍ଫୋରକ ବୟାନ ପୋଷ୍ଟିଂ କରିଛନ୍ତି।

ଏହି ୧୯ ବର୍ଷିୟ ଚେସ୍ ଖେଳାଳି ଚଳିତମାସ ପ୍ରାରମ୍ଭରେ ଅପ୍ରତ୍ୟାସୀତ ହାରର ସମ୍ମୁଖୀନ ହୋଇଥିଲେ, ଯାହା ଏବେ ତାଙ୍କ ସନ୍ଦେହକୁ ଦୃଢିଭୂତ କରିଛି। କାର୍ଲସନ କହିଛନ୍ତି ଯେ ୨୦୨୨ ସିଙ୍କଫିଲ୍ଡ କପ୍ ଲାଗି ଅନ୍ତିମ ସମୟରେ ଯେତେବେଳେ ନିମନଙ୍କୁ ଆମନ୍ତ୍ରଣ କରାଗଲା ଭାବିଥିଲି ଓହରିଯିବି, ଅନ୍ତତଃ ଖେଳିବାକୁ ନିଷ୍ପତ୍ତି ନେଇଥିଲି ଓ ହାରର ସମ୍ମୁଖୀନ ହୋଇଥିଲି ବୋଲି କାର୍ଲସନ କହିଛନ୍ତି।

ଚେସ୍‌ ବୋର୍ଡରେ ତାଙ୍କର ଖେଳ ଅସାଧାରଣ ଥିଲା ଓ ସିଙ୍କଫିଲ୍ଡ କପରେ ମୋତେ ଏପରି ଲାଗିଲା ସେ ଖେଳ ଉପରେ ତାଙ୍କର ପୁରା ଧ୍ୟାନ କେନ୍ଦ୍ରିତ କରି ନାହାନ୍ତି ତଥାପି ମୋତେ ପରାସ୍ତ କରିବା ତାଙ୍କ ଭଳି କିଛି ଖେଳାଳିଙ୍କ ପକ୍ଷେ ସମ୍ଭବ ଥିଲା ବୋଲି ଭାବୁଥିଲି। ଏହି ଖେଳ ମୋ ଦୃଷ୍ଟିକୋଣକୁ ବଦଳାଇ ଦେଇଛି। ନିମନଙ୍କଠାରୁ ହାରିବାର ପରଦିନ କାର୍ଲସନ ଚାଞ୍ଚଲ୍ୟକର ଭାବେ ୫ ଲକ୍ଷ ଡଲାର ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ।

ଏହି ଯୋଡି ଗତ ସପ୍ତାହରେ ଏକ ଅନଲାଇନ ମ୍ୟାଚ୍‌ରେ ପୁଣି ମିଳିତ ହୋଇଥିଲେ। ଯେଉଁଥିରେ କାର୍ଲସନ ମାତ୍ର ଗୋଟିଏ ଚାଲ ଚଳାଇ ଖେଳରୁ ବାହାରି ଯାଇଥିଲେ। ତେବେ କାର୍ଲସନଙ୍କ ବିରୋଧରେ ଜାଲିଆତିକୁ ନିମନ ଅସ୍ୱୀକାର କରିଛନ୍ତି ଓ ଏଥିପାଇଁ କାର୍ଲସନ ଯେପରି ଚାହିଁବେ ସେପରି ଖେଳିବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ସେ ୧୨ ଓ ୧୬ ବର୍ଷ ବୟସରେ ସେ ଅନଲାଇନ ଗେମ୍‌ରେ ଜାଲିଆତି କରୁଥିଲେ ବୋଲି ସ୍ୱୀକାର କରିଥିଲେ। ତେବେ ଏହା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ ଥିଲା ଓ ଏଥିପାଇଁ ସେ ଲଜ୍ଜିତ ବୋଲି ନିମନ୍‌ କହିଛନ୍ତି। ନିମନ ମୁଁ  ଏହା ଏଥି ପାଇଁ କହୁଛି ଯେ ଦୁନିଆକୁ ମୋ  ସମ୍ପର୍କରେ ଭୁଲ ସୂଚନା ନଯାଉ ବୋଲି କହିଛନ୍ତି।

ତେବେ ନିମନ ତାଙ୍କର ପୁରା କାହାଣୀ କହିନଥିବା ଓ ମୁଁ ଭାବୁଛି ନିମନ ସାର୍ବଜନିକ ଭାବେ ଯେତିକି ସ୍ୱୀକାର କରୁଛନ୍ତି ସେ ତା ଠାରୁ ବି ଅଧିକ ଠକ ଏବଂ ନିକଟରେ ସେ ଠକେଇ କରିଛନ୍ତି ବୋଲି କାର୍ଲସନ କହିଛନ୍ତି। ସେ କହିଛନ୍ତି ଯେ ଖେଳରେ ଜାଲିଆତି ନେଇ କିଛି କରିବାକୁ ହେବ ଆଉ ଆଗକୁ ଅଗ୍ରସର ହେବା ଲାଗି ସେମାନଙ୍କ ବିରୋଧରେ ଖେଳିବାର କୌଣସି ଯଥାର୍ଥତା ନାହିଁ ଯେଉଁମାନେ ଅତୀତରେ ବାରମ୍ବାର ଜାଲିଆତି କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ।

Related Articles

Back to top button