ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜରେ ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ ଖେଳିବେ

ଜୁଲାଇ ୧ ଇଂଲଣ୍ଡ- ଭାରତ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ରେ ରୋହିତଙ୍କ ସ୍ଥାନରେ ଖେଳିବେ ମୟଙ୍କ ଅଗ୍ରୱାଲ୍। ଏନେଇ ବିସିସିଆଇ ସୂଚନା ଦେଇଛି। ଗତ ଶନିବାର(୨୫ ଜୁନ) ରୋହିତ ଶର୍ମା କୋଭିଡ୍ ପଜିଟିଭ୍ ହୋଇଥିଲେ। ଏହାପରେ ତାଙ୍କ ସ୍ଥାନରେ କିଏ ଖେଳିବ ସେ ନେଇ କୌଣସି ସୂଚନା ନଥିଲା।

ହେଲେ ସୋମବାର ମୟଙ୍କଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ୍ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦେଇଛନ୍ତି। ଟେଷ୍ଟ ଟିମ୍‌ରେ ଚୟନ ହେବା ପରେ ମୟଙ୍କ ମଧ୍ୟ ଲଣ୍ଡନ ଅଭିମୁଖେ ବାହାରି ସାରିଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଇଂଲଣ୍ଡ ବିପକ୍ଷରେ ଏହି ଟେଷ୍ଟ୍ ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଗତବର୍ଷ ଖେଳାଯାଇଥିବା ସିରିଜର ଶେଷ ମୁକାବିଲା । ଭାରତ ଏଥିରେ ୨-୧ରେ ଆଗୁଆ ରହିଛି । ଯଦି ଏହି ମୁକାବିଲା ଡ୍ର ହୁଏ ତେବେ ଭାରତ ସିରିଜ୍ ଜିତିଯିବ । ତେଣୁ ରୋହିତ ଶର୍ମାଙ୍କ ଖେଳିବା ଜରୁରୀ । କାରଣ ସେ ଭଲ ଓପନର ସହ ଅଧିନାୟକ ମଧ୍ୟ । ଇଂଲଣ୍ଡ ପିଚରେ ଭଲ ଓପନିଂ ଦଳକୁ ଖୁବ୍ ଦରକାର । ରୋହିତ ନଖେଳିଲେ ନୂଆ ଯୋଡି ଓପନିଂ କରିବା  ଦଳକୁ ବ୍ୟାକଫୁଟକୁ ଠେଲିପାରେ ।

ରୋହିତଙ୍କ ଅନଫିଟ୍ ନେଇ ଭାରତୀୟ ଦଳର କିଏ ଅଧିନାୟକ ହେବ ବୋଲି ପ୍ରଶ୍ନ ଉଠିଛି । ଏପରି ସ୍ଥିତିରେ ଜସପ୍ରିତ ବୁମରାହଙ୍କୁ ଦଳ ଅଧିନାୟକ କରିପାରେ । ଋଷଭ ପନ୍ତ ଓ ଆର ଅଶ୍ୱୀନଙ୍କ ନାଁ ବି ରେସରେ ଅଛି । ତେବେ ଗତବର୍ଷ ଇଂଲଣ୍ଡ ସିରିଜରେ ଦଳର ନେତୃତ୍ୱ ଭାର ବିରାଟଙ୍କ ହାତରେ ଥିଲା ।

Related Articles

Back to top button