ଲାଇଭ ଆସି ଫ୍ୟାନ୍ସଙ୍କୁ ଚକମା ଦେଲେ ଧୋନୀ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଲାଇଭ ଆସି ଫ୍ୟାନ୍ସଙ୍କୁ ଦେଇଛନ୍ତି ଝଟ୍‌କା । ଶନିବାର ଧୋନି ସୋସିଆଲ ମିଡିଆରେ ଆଜି (ରବିବାର) ଦିନ୨.୦୦ଟାରେ ବଡ ଘୋଷଣା କରିବାକୁ ସୂଚନା ଦେଇଥିଲେ । ଗଣମାଧ୍ୟମ ଓ କ୍ରିକେଟ ଆକ୍ସନର ଦୀର୍ଘ ଦିନ ଧରି ଦୂରରେ ଥିବା ଧୋନୀ ବଡ କଥା କହିବାକୁ ଘୋଷଣା କରିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଥିଲା । ଏପରିକି କେହି କେହି ଧୋନୀ କ୍ରିକେଟ ଛାଡିବେ ବୋଲି ଚର୍ଚ୍ଚା କରିଥିଲେ । ଟି୨୦ ବିଶ୍ବକପ ଆଗକୁ ଥିବାରୁ ଧୋନି ଟିମ ସହିତ ଯୋଡି ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ସମସ୍ତଙ୍କୁ ଚକମା ଦେଇଥିଲେ ମାହି ।

ପୂର୍ବ ଘୋଷଣା ଅନୁଯାୟୀ ରବିବାର ଲାଇଭ ଆସିଥିଲେ ଧୋନୀ । ସେତେବେଳକୁ ଅନେକ ଫ୍ୟାନ୍ସ ଉତ୍ସାହର ସହ ଧୋନିଙ୍କ ଏଲି ଲାଇଭରେ ଯୋଡ ହୋଇଥିଲେ । ତେବେ ନିଜର ଏକ ବ୍ୟବସାୟିକ ଅନୁବନ୍ଧିତ ବିଷୟରେ ସୂଚନା ଦେଇଥିଲେ । ଓରିଓ ବିସ୍କୁଟ ଲଞ୍ଚ ବାବଦରେ ଖୁଲାସା କରିଥିଲେ । ଫଳରେ ସୋସିଆଲ ମିଡିଆରେ ଫ୍ୟାନ୍ସ ମଜାଦାର ପୋଷ୍ଟ କରିପାରେ ଲାଗିଛନ୍ତି । ପୂର୍ବରୁ ଧୋନୀ ଏବଂ ତାଙ୍କର ଝିଅ ଜିଭା ଏହି ଓରିଓ ବିସ୍କୁଟ କମ୍ପାନୀ ପାଇଁ ଆଡଭାଟାଇଜ କରିଛନ୍ତି ।

ସେ ଏକ ଭିଡିଓରେ ଏ ବାବଦରେ କହିଥିଲେ କି ୨୦୧୧ ମସିହାରେ ଓରିଓ ବିସ୍କୁଟ ଭାରତରେ ଲଞ୍ଚ କରାଯାଇଥଲା । ଏହା ସହିତ ଭାରତ ୨୦୧୧ ମସିହାରେ ଭାରତ ବିଶ୍ବ ବିଜେତା ହୋଇଥିଲା । ଏବେ ପୁଣି ଥରେ ଓରିଓ ବିସ୍କୁଟ ଭାରତରେ ଲଞ୍ଚ ହୋଇଛି । ଆଉ ଏହା ସହିତ ଭାରତ ଟି୨୦ ବିଶ୍ବକପ ମଧ୍ୟ ହାତେଇବ । ଏନେଇ ଧୋନୀ ତାଙ୍କ ହେୟାରଷ୍ଟାଇଲ ମଧ୍ୟ ୨୦୧୧ ମସିହାରେ ଯେଉଁପରି ଥିଲା ସେହିପରି ରଖିଛନ୍ତି ।

Related Articles

Back to top button