ବିଶ୍ୱ ଆଥଲେଟିକ ଚାମ୍ପିଅନଶିପ୍‌ରେ ନୀରଜ ରୋପ୍ୟ ଜିତିଲେ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ ଚାମ୍ପିଅନଶିପ୍‌ରେ ରୋପ୍ୟ ଜିତି ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ୨୦୦୩ ପରେ ସେ ଏହି ଚାମ୍ପିୟନଶିପ୍‌ରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି। ନିରଜ ଆମେରିକାର ୟୁଗେନରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ର ଫାଇନାଲରେ ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ ପାଲଟିଛନ୍ତି। ଅପରପକ୍ଷେ ଚାମ୍ପିଅନଶିପ୍‌ର ଜାଭଲିନ ଥ୍ରୋରେ ଏଣ୍ଡରସନ ପିଟର୍ସ ୯୦.୪୬ ମିଟର ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ପ୍ରକାଶ ଯେ, ୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଭାବେ ଅଞ୍ଜୁ ବବି ଜର୍ଜ ୨୦୦୩ରେ ବିଶ୍ୱ ଆଥଲେଟିକ ଚାମ୍ପିଅନଶିପ୍‌ରେ ଲଙ୍ଗ ଜମ୍ପରେ ପଦକ ହାସଲ କରିଥିଲେ। ଅଞ୍ଜୁ ବବି ବ୍ରୋଞ୍ଜ ପଦକ ପାଇଥିବା ବେଳେ ୧୯ ବର୍ଷ ପରେ ସୁନାପୁଅ ନୀରଜ ଭାରତ ପାଇଁ ରୌପ୍ୟ ପଦକ ପାଇଛନ୍ତି।

Related Articles

Back to top button