ଟ୍ୱିଟର ୟୁଜର୍ସଙ୍କ ଡାଟା ନିଲାମ ହେଉଛି

ନୂଆଦିଲ୍ଲୀ: ହ୍ୟାକରଙ୍କ ପାଇଁ ଟ୍ୱିଟରର ଚିନ୍ତା ବଢିଛି । ରିପୋର୍ଟ ଅନୁସାରେ ଲକ୍ଷ ଲକ୍ଷ ଟ୍ୱିଟର ୟୁଜର୍ସଙ୍କ ଡାଟା ନିଲାମ ହେଉଛି । ଟ୍ୱିଟର ଏକ ଡାଟାବେସରେ କିଛି ତ୍ରୁଟି ଯୋଗୁଁ ହ୍ୟାକର୍ସଙ୍କୁ ୫.୪ ମିଲିୟନ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ମିଳିଛି । ଏବେ ହ୍ୟାକର୍ସମାନେ ଏହି ଡାଟାଙ୍କୁ ବ୍ରିଚଡ ଫୋରମରେ ୩୦,୦୦୦ ଡଲାର ଅର୍ଥାତ ୨୩.୯୬ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି । ଏହି ପୂରା ମାମଲା ଉପରେ ଟ୍ୱିଟର ପକ୍ଷରୁ କୌଣସି ଟିପ୍ପଣୀ କରାଯାଇ ନାହିଁ ।

HackerOne ଚଳିତ ବର୍ଷ ଜାନୁଆରୀ ମାସରେ ରିପୋର୍ଟ ଦେଇଥିଲା ଯେ, ଟ୍ୱିଟରରେ ଏକ ତ୍ରୁଟି ଯୋଗୁଁ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ବିପଦରେ ରହିଛି, ଏଥରେ ୟୁଜର୍ସଙ୍କ ଫୋନ ନମ୍ୱର ଏବଂ ଇମେଲ ମଧ୍ୟ ରହିଛି । ଏହି ତ୍ରୁଟି ଯୋଗୁଁ ଲକ୍ଷ ଲକ୍ଷ ୟୁଜର୍ସଙ୍କ ଡାଟା ଅସୁରକ୍ଷିତ ରହିଛି ଏବଂ ଯେ କେହି ବି ଏହାକୁ ଆକ୍ସେସ କରିପାରିବେ । ରିପୋର୍ଟ ଅନୁସାରେ, ଏହି ତ୍ରୁଟି ପ୍ରାଇଭେସି ସେଟିଂକୁ ଇନେବଲ କରିବା ପରେ ବି ହ୍ୟାକର ତାଙ୍କ ଡାଟାକୁ ଆକ୍ସେସ କରିପାରିବେ ।

ରିଷ୍ଟୋର ପ୍ରାଇଭେସିର ଏକ ରିପୋର୍ଟ ଅନୁସାରେ ହ୍ୟାକର ବ୍ରିଚଡ ଫୋରମରେ ଟ୍ୱିଟର ଡାଟାବେସ ବିକ୍ରି କରୁଛି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ୟୁଜରନେମ ଡେଭିଲ ଦ୍ୱାରା ପୋଷ୍ଟ ଏବେ ପ୍ଲାଟଫର୍ମରେ ଲାଇଭ ରହିଛି । ମାଲେସିଆର ହ୍ୟାକର ଡାଟାବେସର ଏକ ନମୂନା ମଧ୍ୟ ସେୟାର କରିଛି । ତେବେ ଏହା ଉପରେ ଟ୍ୱିଟର ପକ୍ଷରୁ କୌଣସି ଟିପ୍ପଣୀ କରାଯାଇ ନାହିଁ।

Related Articles

Back to top button