ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି । ୨୦୨୧ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଦଳରେ ୩ଟି ପରିବର୍ତନ କରାଯାଇଛି । ମାର୍ଟିନ ଗୁପଟିଲ ୭ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ରସ ଟେଲର ଓ ନାଥାନ ମ୍ୟାକକୁଲାମ ୬ଟି ଟି୨୦ ବିଶ୍ୱକପ ଖେଳିଛନ୍ତି । ପିନ ଏଲନ ଓ ମାଇକେଲ ବ୍ରେସୱେଲଙ୍କ ଏହା ପ୍ରଥମ ବିଶ୍ୱକପ ହେବ । ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଓ ବାଂଲାଦେଶ ସହ ତ୍ରିକୋଣୀୟ ସିରିଜ ଖେଳିବ ।

ନ୍ୟୁଜିଲାଣ୍ଡ ଟିମ: କେନ ୱିଲିୟମସନ (ଅଧିନାୟକ), ଫିନ ଏଲନ, ଟ୍ରେଂଟ ବୋଲ୍ଟ, ମାଇକେଲ ବ୍ରେସୱେଲ, ମାର୍କ ଚ୍ୟାପମ୍ୟାନ, ଡେଭନ କନୱେ, ଲକି ଫର୍ଗ୍ୟୁଶନ, ମାର୍ଟିନ ଗୁପଟିଲ, ଏଡମ ମିଲନେ, ଡେରିଲ ମିଶେଲ, ଜିମି ନୀଶନ, ଗ୍ଲେନ ଫିଲିପ୍ସ, ମିଶେଲ ସେଂଟନର, ଇଶ ସୋଢ଼ୀ, ଟିମ ସୌଦୀ ।

Related Articles

Back to top button