ସିଙ୍ଗାପୁର ଓପନରେ ପିଭି ସିନ୍ଧୁ ଜିତିଲେ ଟାଇଟଲ୍

ସିଙ୍ଗାପୁର ଓପନରେ ପିଭି ସିନ୍ଧୁଙ୍କ କ୍ରେଜ୍ । ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦମଦାର ଖେଳ ପ୍ରଦର୍ଶନ କରି ଟାଇଟଲ୍ ନିଜ ନାଁରେ କରିଛନ୍ତି । ଦୁଇ ଥର ଅଲମ୍ବିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନର ଓ୍ୱାଙ୍ଗ୍ ଜି ଇଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ମାତ୍ ଦେଇଛନ୍ତି ।

ଏହାପୂର୍ବରୁ ବିଶ୍ୱର ନମ୍ବର ୭ ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ସେମିଫାଇନାଲରେ ଜାପାନର ସାଇନା କାବାକାମୀଙ୍କୁ ପରାସ୍ତ କରିଥିଲେ । ସିନ୍ଧୁ ସେମିଫାଇନାଲରେ ୨୧-୧୫, ୨୧-୭ରେ ସହଜ ବିଜୟ ହାସଲ କରିଥିଲେ । ଜାପାନ ଷ୍ଟାର୍ କାବାକାମୀ ସିନ୍ଧୁଙ୍କ ଉପରେ ଭାରି ପଡିନଥିଲେ ।

ସିନ୍ଧୁଙ୍କ ପାଇଁ ବିଶ୍ୱର ୧୧ତମ ଖେଳାଳି ଓ୍ୱାଙ୍ଗଙ୍କୁ ପରାସ୍ତ କରିବା ସହଜ ନଥିଲା । ତିନି ସେଟ୍ ଧରି ଚାଲିଥିବା ମୁକାବିଲାରେ ସିନ୍ଧୁ ବିଜୟୀ ହୋଇଥିଲେ । ପ୍ରଥମ ସେଟରେ ସେ ଓ୍ୱାଙ୍ଗଙ୍କୁ ୨୧-୯ରେ ମାତ୍ ଦେଇଥିଲେ । ତେବେ ଓ୍ୱାଙ୍ଗ ଦ୍ୱିତୀୟ ସେଟକୁ ସେ ୨୧-୧୧ରେ ଜିତିନେଇଥିଲେ ।  କିନ୍ତୁ ତୃତୀୟ ସେଟରେ ୨୧-୧୧ରେ ଆଗୁଆ ରହି ସିନ୍ଧୁ ଟାଇଟଲ୍ ହାତେଇଥିଲେ ।

ସିନ୍ଧୁ ଲଗାତର ଭାବେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ଚଳିତ ବର୍ଷ ମାର୍ଚଚ୍ରେ ସେ ସ୍ୱିସ୍ ଓପନ ପରେ ପ୍ରଥମ ଥର ପାଇଁ କୌଣସି ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ସ୍ୱିସ୍ ଓପନ ଫାଇନାଲରେ ମଧ୍ୟ ସେ ବିଜୟୀ ହୋଇଥିବା ବେଳେ ଏବେ ସିଙ୍ଗାପୁର ଓପନ ମଧ୍ୟ ହାତେଇଛନ୍ତି ।

Related Articles

Back to top button