ଜୁଲାଇ ୧୭ ୱାର୍ଲଡ ଇମୋଜି ଡେ: ଜାଣନ୍ତୁ ଇମୋଜି କ’ଣ, କିପରି ହେଲା ଏହାର ଆରମ୍ଭ

୨୦୧୫ ମସିହାରେ ଅକ୍ସଫର୍ଡ ଡିକ୍ସିନାରୀ ଇମୋଜିକୁ ‘ୱାର୍ଡ ଅଫ ଦି ଇୟର’ ଘୋଷଣା କରିଥିଲେ

ପ୍ରତିବର୍ଷ ଜୁଲାଇ ୧୭ ତାରିଖରେ ୱାର୍ଲଡ ଇମୋଜି ଡେ ପାଳିତ ହୋଇଥାଏ। ମୋବାଇଲରେ ଏସଏମଏସ୍ ହେଉ ଅଥବା ସୋସିଆଲ ମିଡିଆରେ କୌଣସି ଭାବନା ବ୍ୟକ୍ତ କରିବା ଲାଗି ଆମେ ଆମ ଭାବନା ସହ ମେଳ ଖାଉଥିବା ଏକ ଇମୋଜି ଖୋଜି ଥାଉ। ହ୍ୱାଟସ୍ ଆପରୁ ଆରମ୍ଭ କରି ଇଂଷ୍ଟା, ଟ୍ୱିଟର ଓ ଫେସବୁକ୍‌ରେ ଆମେ ପ୍ରାୟ ଦିନ ଇମୋଜି ଖୋଜିବା ସହ ଆମ ବାର୍ତ୍ତା ସହ ମେଳ ଖାଉଥିବା ଇମୋଜିକୁ ବ୍ୟବହାର କରିଥାନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଶ୍ୱବ୍ୟାପୀ ୯୦ କୋଟି ଲୋକେ ଦୈନିକ ଇମୋଜି ସର୍ଚ୍ଚ କରନ୍ତି। ଖାସ ଏହି କାରଣରୁ ୨୦୧୫ ମସିହାରେ ଅକ୍ସଫର୍ଡ ଡିକ୍ସିନାରୀ ଇମୋଜିକୁ ‘ୱାର୍ଡ ଅଫ ଦି ଇୟର’ ଘୋଷଣା କରିଥିଲେ। ବିଗତ କେତେବର୍ଷ ହେଲାଣି ଆମେ ଇମୋଜି ବ୍ୟବହାର କରିଆସୁଛେ, ହେଲେ ଆମ ଭିତରୁ ଅନେକ ଏହାର ସଠିକ ଅର୍ଥ କଣ ଜାଣି ନଥିବା। ତେବେ ୱାର୍ଲଡ ଇମୋଜି ଡେରେ ଆସନ୍ତୁ ଜାଣିବା ଏହାର ବାସ୍ତବିକ୍‌ ଅର୍ଥ କ’ଣ?

😊ଇମୋଜି କ’ଣ ?
ଇମୋଜି ଏକ ଫଟୋଗ୍ରୋଫ, ଯାହା ଜାପାନୀ ଶବ୍ଦ ‘ଇ’ ଅର୍ଥାତ ପିକଚର (ଛବି) ଓ ମୋଜି ଅର୍ଥାତ କ୍ୟାରେକ୍ଟର ଏହା ମିଶି ଇମୋଜି ଶବ୍ଦ ସୃଷ୍ଟି ହୋଇଛି। ଇମୋଜି ଇଂରାଜୀ ଶବ୍ଦ ଇମୋସନ ଓ ଇମୋଟିକନ ସହ ମଧ୍ୟ ପ୍ରାୟ ମେଳ ହେଉଛି। ଇମୋଜି ଏକ ଛୋଟ ଡିଜିଟାଲ ଇମେଜ ବା ଆଇକନ ଯାହାକୁ ଆମେ ଆମର ଭାବନା ବ୍ୟକ୍ତ କରିବା ପାଇଁ ପ୍ରାୟ ଉପଯୋଗ କରିଥାଏ। ଏହି ଇମୋଜି ଗୁଡିକର ରଙ୍ଗ ହଳଦିଆ ହୋଇଥାଏ, କାରଣ ଏହି ରଙ୍ଗ  ଇମୋସନକୁ ସଠିକ ବ୍ୟକ୍ତ କରିପାରେ।

😊😍କେମିତି ତିଆରି ହେଲା ଇମୋଜି?
ଜାପାନୀ ଟେଲିକମ କମ୍ପାନୀ ଏନଟିଟି ଡୋକୋମୋରେ କାମ କରୁଥିବା ଆର୍ଟିଷ୍ଟ ଶିଗେତାକା କୁରିତାଙ୍କୁ ମୋବାଇଲରେ ଇମେଜର ଉପଯୋଗ କରି ଟେକ୍ସଟ୍ ମ୍ୟାସେଜ୍ ପଠାଇବାର ଆଇଡିଆ ଜୁଟିଥିଲା। ଏଥି ପାଇଁ ସେ ୨୨ ଫେବୃଆରୀ ୧୯୯୯ରେ ୧୭୬ଟି ରଙ୍ଗୀନ ଇମୋଜି ସେଟ୍ ତିଆରିଥିଲେ, ଯାହା ବେଶ ଲୋକାଦୃତ ହୋଇଥିଲା। ୨୦୧୬ ମସିହାରେ କୁରିତାଙ୍କ ମୂଳ ଇମୋଜି ସେଟ୍ କୁ ନ୍ୟୁୟର୍କର ମଡର୍ଣ୍ଣ ଆର୍ଟ ମ୍ୟୁଜିୟମରେ ରଖା ଯାଇଛି।

😘❤🤣ବିଶ୍ୱରେ ଆଦୃତ ହେଉଥିବା ଟପ୍ ୩ ଇମୋଜି
ଆମେରିକାର ମିଶିଗାନ ୟୁନିଭର୍ସିଟି ଓ ଚୀନ୍‌ର ବେଜିଂ ୟୁନିଭର୍ସିଟି ଇମୋଜି ଉପଯୋଗର ଏକ ମିଳିତ ଗବେଷଣା କରିଥିଲେ।  ୨୧୨ ଦେଶଙ୍କ ୪.୨୭ କୋଟି ମ୍ୟାସେଜରେ କରାଯାଇଥିବା ଗବେଷଣାରେ ୧୭୬ଟି ରଙ୍ଗୀନ ଇମୋଜି ସେଟ୍‌ ମଧ୍ୟରୁ ୩ଟି ଇମେଜ ବିଶେଷ ଉପଯୋଗରେ ଆସୁଥିବା ଜାଣିବାକୁ ପାଇଥିଲେ। ଏଥିରୁ ଗୋଟିଏ ଖୁସିର ଲୁହ ସାଙ୍ଗରେ ହସକୁରା ଇମୋଜି ସବୁଠୁ ଅଧିକ ଉପଯୋଗ ହେଉଥିବା ବେଳେ ୨୦୧୫ ମସିହାରେ ଅକ୍ସଫର୍ଡ ଡିକ୍ସିନାରୀ ଏହି ଇମୋଜିକୁ ୱାର୍ଡ ଅଫ ଦି ଇୟର ଇମୋଜି ଚୟନ କରିଥିଲେ। ସେହିପରି ହାର୍ଟ ଇମୋଜି ଦ୍ୱିତୀୟ ଅଧିକ ଉପଯୋଗ ହେଉଥିବା ଇମୋଜି ଭାବେ ଚିହ୍ନଟ ହୋଇଥିବା ବେଳେ ହାର୍ଟ ଆଇଜ୍‌ ତୃତୀୟ ଲୋକପ୍ରିୟ ଇମୋଜି ଭାବେ ଆଦୃତ ହୋଇଛି।

Related Articles

Back to top button