ଗୁଜୁରାଟ୍‌ ଟାଇଟନ୍ସ ଛାଡ଼ିଲେ ଶୁଭମନ୍‌ ଗିଲ୍‌! ଆଗାମୀ ସିଜିନ୍‌ରେ କେକେଆର୍‌ ପ୍ରାଞ୍ଚାଇଜ୍‌ରେ ସାମିଲ୍ ହୋଇପାରନ୍ତି

ମୁମ୍ବାଇ ୧୮।୦୯: ଆଇପିଏଲ୍‌ ୨୦୨୨ର ଟ୍ରଫି ଜିତିଥିଲା ଗୁଜୁରାଟ ଟାଇଟନ୍ସ । ଏହି ଟିମ୍‌ରେ ସାମିଲ ଥିଲେ ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍‌ ଗିଲ । ଗୁଜୁରାଟ ଟାଇଟନ୍ସଙ୍କୁ ଟ୍ରଫି ବିଜୟୀ କରିବାରେ ଶୁଭମନ୍‌ ଗିଲ୍‌ଙ୍କ ମଧ୍ୟ ଢେର ଯୋଗଦାନ ରହିଛି । କିନ୍ତୁ ଏବେ ସେ ଗୁଜୁରାଟ ଟାଇଟନ୍ସ ଛାଡିଥିବା ଚର୍ଚ୍ଚା ହେଉଛି । ପ୍ରାଞ୍ଚାଇଜ୍‌ ପକ୍ଷରୁ ହୋଇଥିବା ଏକ ଟ୍ୱିଟ୍‌କୁ ନେଇ ଏପରି ଚର୍ଚ୍ଚା କରାଯାଉଛି । ସେପଟେ ଶୁଭମନ୍‌ ଗିଲ୍‌ ମଧ୍ୟ ଅନ୍ୟ ପ୍ରାଞ୍ଚାଇଜ୍‌ ସହିତ ଯୋଡି ହେବାର ସଙ୍କେତ ମିଳୁଛି ।

ଖବର ଅନୁଯାୟୀ, ଶନିବାର ଦିନ ଗୁଜୁରାଟ ଟାଇଟନ୍ସର ଅଫିସିଆଲ୍‌ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ  ଏକ ପୋଷ୍ଟ ହୋଇଥିଲା । ଯେଉଁଥିରେ ଶୁଭମନ୍‌ ଗିଲ୍‌ଙ୍କୁ ଟ୍ୟାଗ୍‌ କରି ଲେଖାଥିଲା ଯେ, ଆପଣଙ୍କ ଏହି ଯାତ୍ରା ବହୁତ୍‌ ସ୍ମରଣୀୟ । ଆପଣଙ୍କ ଆଗାମୀ ଭବିଷ୍ୟତ ପାଇଁ ଢେର୍‌ ସାରା ଶୁଭେଚ୍ଛା । ଏଥିରେ ଶୁଭମନ୍‌ ଗିଲ୍‌ ଇମୋଜି ଦେଇ ରିପ୍ଲାଏ ଦେଇଛନ୍ତି । ୨୦୨୨ ଆଇପିଏଲ୍‌ରେ ଗୁଜୁରାଟ୍‌ ଟାଇଟନ୍ସ ଶୁଭମନ୍‌ ଗିଲ୍‌ଙ୍କୁ ୮କୋଟି ଟଙ୍କା କିଣିଥିଲା ।

ତେବେ ଏହି ୨୩ ବର୍ଷୀୟ (ଶୁଭମନ୍‌ ଗିଲ୍‌) ଯୁବ ବ୍ୟାଟସମ୍ୟାନ୍‌ ଜବରଦସ୍ତ ଫର୍ମରେ ଚାଲୁଛନ୍ତି । ୨୦୨୨ ଆଇପିଏଲ୍‌ ସିଜିନ୍‌ର ୧୬ଟି ମ୍ୟାଚ୍‌ ଖେଳି ୪୮୩ ରନ୍‌ ସଂଗ୍ରହ କରିଛନ୍ତି । ଗୁଜୁରାଟର ଟାଇଟଲ ବିଜୟ ପଛରେ ଶୁଭମନ୍‌ ଗିଲ୍‌ଙ୍କୁ ବହୁତ ବଡ଼ ଯୋଗଦାନ ରହିଥିଲା ।

ଅନ୍ୟପଟେ ଶୁଭମନ୍‌ ଗିଲ୍‌ଙ୍କ ଟ୍ୱିଟ୍‌ର ଉତ୍ତରରେ କୋଲକାତା ନାଇଟ୍‌ ରାଇଡର୍ସ ନାଁରେ ଥିବା ଏକ ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ ରିପ୍ଲାଏ ଦେଇ ଲେଖିଛି ଯେ, ‘ଓ୍ୱେଲ୍‌କମ୍‌ ବ୍ୟାକ୍‌’ । ଯାହାକି ଶୁଭମନ୍‌ ଗିଲ୍‌ କେକେଆର୍‌ ଟିମ୍‌ ସହିତ ଜଡିତ ହେବାର ସଙ୍କେତ ମିଳୁଛି । କିନ୍ତୁ ଏନେଇ କିଛି ଅଫିସିଆଲ ସୂଚନା ମିଳିନାହିଁ । ପୂର୍ବରୁ ଶୁଭମନ୍‌ ଗିଲ୍‌ କୋଲକାତା ନାଇଟ୍‌ ରାଇଡର୍ସ ତରଫରୁ ଖେଳି ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ ।

Related Articles

Back to top button