ଜାପାନ କ୍ୟୁସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କଲା ସାମୁଦ୍ରିକ ଝଡ ‘ନାନ୍‌ମାଡୋଲ’, ବ୍ୟାପକ କ୍ଷୟକ୍ଷତି

ଟୋକିଓ ୧୮।୯:  ବର୍ଷର ଚତୁର୍ଦ୍ଦଶତମ ବାତ୍ୟା ‘ନାନମାଡୋଲ’ ରବିବାର ଦକ୍ଷିଣ ଜାପାନର ମୁଖ୍ୟଦ୍ୱୀପ କ୍ୟୁସୁରେ ଭୂଭାଗକୁ ପ୍ରବେଶ କରିଛି। ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର (ଜେଏମଏ)ଙ୍କ ପୂର୍ବାନୁମାନ ଅନୁସାର ପ୍ରବଳ ଜୁଆର,  ବର୍ଷା ଓ ପବନ ସହ ବାତ୍ୟା ଭୂ-ଭାଗକୁ ପ୍ରବେଶ କରିଥିବା ବେଳେ ଜାପାନ ପୂର୍ବରୁ କେବେ ପ୍ରକୃତିର ଏପରି ତାଣ୍ଡବ ଦେଖିନଥିଲା ।   ବାତ୍ୟା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୪୦୦ ମିଲିମିଟର( ୧୬ ଇଞ୍ଚ) ବର୍ଷା ହେବ ବୋଲି ଜେଏମଏ ସତର୍କ କରିଛନ୍ତି।

ବାତ୍ୟାଯୋଗୁ ଦକ୍ଷିଣ କ୍ୟୁସୁ ମିୟାଜାକି ପ୍ରାନ୍ତରେ ଏକ ବସ ଷ୍ଟପ୍ ଉଡାଇ ଦେଇଥିବା ବେଳେ ବିସ୍ତୃତ କ୍ଷୟକ୍ଷତି ରିପୋର୍ଟ ମିଳି ନାହିଁ। ତେବେ ଟ୍ରେନ ଓ ବିମାନ ଚଳାଚଳ ବାତିଲ କରିଦିଆଯାଇଥିବା ସଞ୍ଚାଳକ କହିଛନ୍ତି। ସେହିପରି ଷ୍ଟୋର ଚେନ ସେଭେନ-ଇଲେଭେନ ଦେଶରେ ଷ୍ଟୋରମାନଙ୍କୁ ଅସ୍ଥାୟୀ ବନ୍ଦ କରିଦେଇଛନ୍ତି। ଫଳରେ ୯୫୦ ଷ୍ଟୋର ବନ୍ଦ ହୋଇଯାଇଛି। ସେହିପରି ବାତ୍ୟା ଲାଗି ଦକ୍ଷିଣ କ୍ୟୁସୁ ଦ୍ୱୀପରେ ଥିବା ଟୟୋଟା ମୋଟର କର୍ପୋରେସନ ସୋମବାର ୩ଟି ଫାକ୍ଟ୍ରିରେ ଉତ୍ପାଦନ କାମ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ତେବେ ବାତ୍ୟା କ୍ୟୁସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କରିବା କାଳରେ ଦୁର୍ବଳ ହୋଇ ସାରିଥିଲା। ତଥାପି ଏହାର ପ୍ରଭାବରେ ବତାସ ଓ ବର୍ଷାର ଆଶଙ୍କା କରିଥିରେ ଜେଏମଏ। ଏଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା। ଝଡ ବାତ୍ୟା ବୁଧବାର ଜାପାନ ମୁଖ୍ୟଦ୍ୱୀପ ହୋନସୁ ଦେଇ ସମୁଦ୍ରକୁ ଚାଲିଯିବ। ତେବେ ସେ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବର୍ଷା ଓ ବତାସ ତାଣ୍ଡବ ରଚିବ ବୋଲି ଜେଏମଏ ପୂର୍ବାନୁମାନ କରିଛନ୍ତି।

Related Articles

Back to top button