ଦକ୍ଷିଣ ଆଫ୍ରିକା ୮୭ରନରେ ଧରାଶାୟୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍। ରାଜକୋଟ ଟି୨୦ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଧରାଶାୟୀ ଦକ୍ଷିଣ ଆଫ୍ରିକା ଟିମ୍। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ୮୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ରିଷବଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ୧୭୦ ରନ୍‌ର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଟିମ୍ ମାତ୍ର ୮୭ ରନ୍ କରିବାରେ ସମ୍ଭବପର ହୋଇଛି।

ଆଭେସ ଖାନ୍‌ଙ୍କ ଫାଷ୍ଟ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଖେଳାଳୀ ପାଭିଲିୟନ୍ ଫେରିଥିଲେ। ସେହିପରି ଚହଲଙ୍କୁ ଦୁଇଟି, ଅକ୍ସର ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ଓ଼୍ବିକେଟ୍ ମିଳିଛି। ପରିସ୍ଥିତି ଏପରି ହୋଇଥିଲା କି କୌଣସି ବି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ୨୦ ରନ୍‌ରୁ ଅଧିକ କରିପାରିନଥିଲେ। ଆଜିର ମ୍ୟାଚ୍ ଜିତିବା ପରେ ସିରିଜ୍‌ରେ ବରାବର ସ୍ଥିତିରେ ପହଞ୍ଚିଛି ଟିମ୍ ଇଣ୍ଡିଆ।

Related Articles

Back to top button