ଶ୍ରୀଲଙ୍କା ଏସିଆ କପ ୨୦୨୨ ବିଜେତା: ଫାଇନାଲରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଲା

ଏସିଆ କପ୍‌-୨୦୨୨ର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଭାନୁକା ରାଜପକ୍ଷଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୭୦ ରନ୍ କରିଥିଲା।

ଭାନୁକା ରାଜପକ୍ଷ ୪୫ଟି ବଲ୍ ଖେଳି ୭୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଜବାବରେ ପାକିସ୍ତାନ ଟିମ୍ ମାତ୍ର ୧୪୭ ରନ କରି ସମସ୍ତ ଉଇକେଟ ହରାଇଥିଲା ।

୧୭୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ୧୦ ଓଭର ପରେ କ୍ରମାଗତ ଉଇକେଟ  ଯିବାରୁ ପାକିସ୍ତାନ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ।

Related Articles

Back to top button