ଶ୍ରୀଲଙ୍କା ଓ ଜିମ୍ବାଓ୍ୱେ ପୂର୍ବତନ ଖେଳାଳି ଏବେ ଅଷ୍ଟ୍ରେଲିଆରେ ବସ ଡ୍ରାଇଭର

ଦିନେ ପଡିଆକୁ ଓହ୍ୱାଇଲେ ଭୟ କରୁଥିଲେ ପ୍ରତିପକ୍ଷ ଖେଳାଳି । ଏବେ କିନ୍ତୁ ବଦଳି ଯାଇଛି ଭାଗ୍ୟ । ଷ୍ଟାଡିୟମରେ ଦଳକୁ ଅନେକ ବିଜୟ ଉପହାର ଦେଇଥିବା ଦୁଇ ଜଣ ଶ୍ରୀଲଙ୍କା ଓ ଅନ୍ୟ ଜଣେ ଜିମ୍ବାଓ୍ୱେ ଖେଳାଳି ଏବେ ଅଷ୍ଟ୍ରେଲିଆରେ ବସ୍ ଡ୍ରାଇଭର ।

ଏହି ତିନି ଖେଳାଳି ହେଲେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ସୁରଜ ରଣଦୀପ ଓ ଚିନ୍ତାକା ଜୟସିଙ୍ଘେ ଏବଂ ଜିମ୍ବାଓ୍ୱେ ଖେଳାଳି ଓ୍ୱାଡିଂଟନ୍ ମୁଆଏଙ୍ଗା । ଏହି ୩ ଜଣ ଏବେ ଟ୍ରାନ୍ସଦେବ ନାମକ ଏକ ସଂସ୍ଥାରେ ବସ ଡ୍ରାଇଭର ଭାବେ କାମ କରୁଛନ୍ତି । ତେବେ ଏହି ଖେଳାଳିମାନେ ସେମାନଙ୍କ କାମକୁ ନେଇ ଖୁସି ଥିବା କହିବା ସହ ଅଷ୍ଟ୍ରେଲିଆର ବିଗ୍ ବାସ ଲିଗରେ ଖେଳିବା ନେଇ ଆଶା ରଖିଛନ୍ତି । ତେବେ ସେମାନେ ଲଗାତର କ୍ରିକେଟ ଅଭ୍ୟାସ ମଧ୍ୟ କରୁଛନ୍ତି ।

ଗତ କିଛିଦିନ ଧରି ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏଠାରେ ଅରାଜକତା ଦେଖାଦେଇଛି । ଲୋକେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ୱାଇଛନ୍ତି । ଖାଦ୍ୟ, ପାନୀୟ ଓ ଇନ୍ଧନର ଖୁବ୍ ସଙ୍କଟ ଦେଖାଦେଇଛି । ତେବେ ଏହି କ୍ରିକେଟରମାନେ କେବେ ଦେଶ ଛାଡି ଅଷ୍ଟ୍ରେଲିଆ ଗଲେ ଓ ସେଠାରେ ବସ ଡ୍ରାଇଭର ଭାବେ କାମ କରୁଛନ୍ତି ତାହା ଜଣାପଡି ନାହିଁ ।

ଘଟଣାକୁ ନେଇ ଅଷ୍ଟ୍ରେଲିଆ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଟ୍ରାନ୍ସଦେଭ୍ ବସରେ ଅନେକ ଗାଡି ଚଳାଉଛନ୍ତି । କିଛି ପାସେଞ୍ଜର କ୍ରିକେଟରଙ୍କୁ ଚିହ୍ନନ୍ତି । ଏହାସହ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରନ୍ତି ।

ତେବେ କେବଳ କ୍ରିକେଟର ନୁହେଁ, ଆଫଗାନିସ୍ତାନର ଜଣେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖାଲିଦ ପାଏଣ୍ଡା ଆମେରିକାରେ ଏବେ ନର୍କ ଜୀବନ କାଟୁଛନ୍ତି । ସେ ଏଠାରେ ଦୈନିତ ୧୫୦ ଡଲାର ପାଇଁ କାମ କରୁଛନ୍ତି । ତେବେ ଆଫାଗିନିସ୍ତାନକୁ ତାଲିବାନ କବଜା କରିବା ପରେ ସେ ସେଠାରୁ ଚାଲିଆସି ଆମେରିକାରେ ରହୁଛନ୍ତି ।

ଏତତ୍ ବ୍ୟତୀତ ଆଫଗାନିସ୍ତାନର ପୂର୍ବତନ ଯୋଗାଯୋଗ ମନ୍ତ୍ରୀ ସୟଦ ସୁଦ୍ଦତ ମଧ୍ୟ ଜର୍ମାନୀରେ ଜଣେ ଡେଲିଭରୀ ବୟ ଭାବେ କାମ କରୁଥିବା ଜଣାପଡିଛି ।

Related Articles

Back to top button