ଟି-୨୦ ବିଶ୍ଵ କପ୍: ଚୂଡାନ୍ତ ହେଲା ଟିମ୍, ଜାଣନ୍ତୁ କେଉଁ ଗ୍ରୁପରେ କେଉଁ ଦଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ହେବାକୁ ଯାଉଛି। ଆୟରଲାଣ୍ଡ, ସ୍କଟଲାଣ୍ଡ ଏବଂ ଓ୍ଵେଷ୍ଟଇଣ୍ଡିଜ ସହିତ ଜିମ୍ବାଓ୍ଵେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ବିଶ୍ଵ କପ୍ ୨୦୨୨ର ପ୍ରଥମ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗ୍ରୁପ ବିରେ ଅନ୍ତିମ ସ୍ଥାନ ହାସଲ କରିଥିବା ଜିମ୍ବାଓ୍ଵେ ନେଦରଲାଣ୍ଡକୁ ହରାଇ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମ ଥର ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ହେବାକୁ ଯାଉଛି। ଅକ୍ଟୋବର ୧୬ରୁ ନଭେମ୍ବର ୧୩ ମଧ୍ୟରେ ସାତ ସହରରେ ଏହାର ଆୟୋଜନ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍ ଷ୍ଟେଜର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇ ସାରିଛି। ବିଶ୍ଵ କପର ପ୍ରଥମ ପର୍ଯ୍ୟାୟ ପାଇଁ ନେଦରଲାଣ୍ଡ ମଧ୍ୟ ଯୋଗ୍ୟତ ଅର୍ଜନ କରିଛି।

ଗ୍ରୁପ ଏରେ ନାମିବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡକୁ ସ୍ଥାନ ମିଳିଥିବା ବେଳେ ଗ୍ରୁପ ବିରେ ଆୟରଲାଣ୍ଡ, ସ୍କଟଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ ଏବଂ  ଜିମ୍ବାଓ୍ଵେ ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହି ପରି ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବ୍ୟତୀତ  ଗ୍ରୁପ ଏର ବିଜେତା ଏବଂ ଗ୍ରୁପ ଏର ଉପବିଜେତାଙ୍କୁ ସ୍ଥାନ ମିଳିଛି। ସେହି ପରି ଗ୍ରୁପ ୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବ୍ୟତୀତ ଗ୍ରୁପ ଏର ଉପ ବିଜେତାଦଳ ଏବଂ ଗ୍ରୁପ ବିର ଉପବିଜେତା ସାମିଲ୍।

ଏହି ପରି ପ୍ରଥମ ପର୍ଯ୍ୟାୟରେ ୮ଟି ଦଳ ମଧ୍ୟରେ ମୁକାବିଲା ହେଉଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୧୨ଟି ଦଳ ରହିବେ ଏବଂ ସୁପର ୧୨ ମୁକାବିଲା ଖେଳିବେ।

ଗ୍ରୁପ ଏ- ନାମ୍ବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡ

ଗ୍ରୁପ ବି- ଆୟରଲାଣ୍ଡ, ସ୍କଟଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ ଏବଂ ଜିମ୍ବାଓ୍ଵେ

ଗ୍ରୁପ ୧- ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ,  ଗ୍ରୁପ ଏ ବିଜେତା ଏବଂ ଗ୍ରୁପ୍ ବି ଉପବିଜେତା

ଗ୍ରୁପ ୨- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଗ୍ରୁପ ଏ ଉପ ବିଜେତା ଏବଂ ଗ୍ରୁପ ବି ଉପ ବିଜେତା

Related Articles

Back to top button