ଦ୍ୱିତୀୟ ମଙ୍କିପକ୍ସ ମାମଲା ପରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ଭାରତକୁ ଆସୁଥିବା ସବୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କର କଡ଼ାକଡ଼ି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେରଳର କନ୍ନୁରେ ଜଣେ ୩୧ ବର୍ଷିୟ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହେବା ପରେ କେନ୍ଦ୍ର ସରକାରଙ୍କର ଏପରି ନିର୍ଦ୍ଦେଶ ଆସିଛି। ଏହା ଭାରତରେ ମଙ୍କିପକ୍ସର ଦ୍ୱିତୀୟ ମାମଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ, ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍କ୍ରିନିଂର ନିର୍ଦ୍ଦେଶ ଦିଆ ଯାଇଥିଲା। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ  ବିମାନ ବନ୍ଦର ଏବଂ ବନ୍ଦରଗୁଡ଼ିକରେ ଭାରତ ଆସୁଥିବା ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷାର ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ ସମୀକ୍ଷା ପ୍ରକ୍ରିୟାର ଅଂଶ ଭାବେ, ରାଜ୍ୟ ଗୁଡ଼ିକର ବିମାନ ବନ୍ଦର ଏବଂ ବନ୍ଦରଗୁଡ଼ିକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ  ସବୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କର କଡ଼ାକଡ଼ି ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରନ୍ତୁ। ଫଳରେ ବାହାରୁ ଆସୁଥିବା ମଙ୍କିପକ୍ସ ରୋଗର ବିପଦକୁ କମାଯାଇ ପାରିବ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମଙ୍କିପକ୍ସ ଏକ ଭାଇରାଲ ଜୁନୋସିସ (ପଶୁଙ୍କ ଠାରୁ ମନୁଷ୍ୟଙ୍କୁ ବ୍ୟାପୁଥିବା ଭାଇରସ), ଯେଉଁଥିରେ ଥିବା ଲକ୍ଷଣ ହାଡ଼ଫୁଟି ରୋଗୀଙ୍କଠାରେ ଅତୀତରେ ନଜର ଆସିଥିବା ଲକ୍ଷଣ ସହ ସମାନ ହୋଇଥାଏ। ହେଲେ ଏହା ଚିକିତ୍ସକୀୟ ଭାବେ କମ୍‌ ଗୁରୁତ୍ୱପୂର୍ଣ୍ଣ।

Related Articles

Back to top button