୨୦ ବର୍ଷରୁ କମ୍‌ ସାଫ୍‌ ଫୁଟବଲ ଚମ୍ପିଆନସିପ୍‌, ଭାରତୀୟ ଦଳରେ ଓଡ଼ିଶାର ଟଙ୍କଧର

football-india-tankadhar

ଭୁବନେଶ୍ବର: ଦକ୍ଷିଣ ଏସୀୟ ଫୁଟବଲ ମହାସଙ୍ଘ (ସାଫ) ୨୦ ବର୍ଷରୁ କମ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ର ୪ର୍ଥ ସଂସ୍କରଣ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜୁଲାଇ ୨୫ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଅୟୋଜକ ଭାରତ ସହ ବାଂଲାଦେଶ, ମାଳଦ୍ବୀପ, ନେପାଳ ଓ ଶ୍ରୀଲଙ୍କା ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପକ୍ଷରୁ ୨୩ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଡିଫେଣ୍ଡର ଟଙ୍କଧର ବାଗ୍‌ ସ୍ଥାନ ପାଇଛନ୍ତି।

ଝାରସୁଗୁଡା ଜିଲା କୋଲାବିରା ସାଲେପାଲିର ମହେଶ୍ବର ବାଗ୍‌ ଓ ହେମଲତା ବାଗ୍‌ଙ୍କ ପୁତ୍ର ଟଙ୍କଧର ମଧ୍ୟଭାଗ ଖେଳାଳି ଭା​‌େ​‌ବ ପ୍ରଥମେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ୧୯ ବର୍ଷୀୟ ଟଙ୍କଧର ୨୦୧୮ରେ କାଠମାଣ୍ଡୁରେ ଆୟୋଜିତ ୧୫ ବର୍ଷରୁ କମ୍‌ ସାଫ ଫୁଟବଲ ଚମ୍ପିଆନସିପରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ୨୦୧୯ରେ ନେପାଳରେ ଆୟୋଜିତ ୧୮ ବର୍ଷରୁ କମ୍‌ ସାଫ୍‌ ପୁୁରୁଷ ଫୁଟବଲ ଚମ୍ପିଆନସିପ୍‌ ଖେଳିଥିଲେ। ଏଥିରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଉକ୍ତ ବର୍ଷ ୧୬ ବର୍ଷରୁ କମ୍‌ ଭାରତୀୟ ଦଳ ପକ୍ଷରୁ ମାଲେସିଆ, ତୁର୍କୀ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ବିପକ୍ଷରେ ମ୍ୟାଚ ଖେଳିଥିଲେ। ୨୦୨୧ରେ ୧୯ ବର୍ଷରୁ କମ୍‌ ଦଳ ଇଣ୍ଡିଆନ ଆରୋଜରେ ସାମିଲ ହୋଇଥିଲେ।

Related Articles

Back to top button