ବିଶ୍ୱ ରେକର୍ଡ କଲା ଭାରତ, ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ

ଭାରତ ସିରିଜ ଜିତିନଥିଲେ ବି ଅଷ୍ଟ୍ରେଲିଆର ରେକର୍ଡ ଧ୍ୱସ୍ତ କରିଛି । କ୍ରମାଗତ ନଅଟି ଟି-୨୦ ସିରିଜରେ ଭାରତ ପରାଜିତ ହୋଇ ନାହିଁ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ୨-୨ରେ ଡ୍ର ଭାବେ ସମାପ୍ତ ହୋଇଛି । ବେଙ୍ଗାଲୁରୁରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି । ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ଶେଷ ଦୁଇଟି ମୁକାବିଲା ଜିତି ସିରିଜକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା । ଭାରତ ସିରିଜ ଜିତିନଥିଲେ ବି ଅଷ୍ଟ୍ରେଲିଆର ରେକର୍ଡ ଧ୍ୱସ୍ତ କରିଛି । କ୍ରମାଗତ ନଅଟି ଟି-୨୦ ସିରିଜରେ ଭାରତ ପରାଜିତ ହୋଇ ନାହିଁ । ଏହି ପରି ଦଳ ଅଷ୍ଟ୍ରେଲିଆର ୨୦୦୬ରୁ ୨୦୧୦ ମଧ୍ୟରେ ହୋଇଥିବା ବିଶ୍ୱ ରେକର୍ଡ ଭାଙ୍ଗିଛି।

ଅଷ୍ଟ୍ରେଲିଆ ୨୦୦୬ରୁ ୨୦୧୦ ମଧ୍ୟରେ ନିଜ ଘରୋଇ ମାଟିରେ ଲଗାତାର ଆଠଟି ଟି-୨୦ ସିରିଜରେ ପରାଜୟର ମୁହଁ ଦେଖିନଥିଲା । ଭାରତ ୨୦୧୯ରୁ ଏ ପର୍ଯ୍ୟନ୍ତ ଘରୋଇ ମାଟିରେ ଗୋଟିଏ ବି ଟି-୨୦ ସିରିଜ୍ ହାରି ନାହିଁ । ଦଳ ନଅଟି ସିରିଜରେ ପରାଜିତ ହୋଇ ନାହିଁ । ଏହି ମାମଲାରେ ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ଦଳ ୨୦୦୭ରୁ ୨୦୧୦ ମଧ୍ୟର ଘରୋଇ ମାଟିରେ ଲଗାତାର ସାତ ସିରିଜରେ ପରାଜୟର ସାମ୍ନା କରିନଥିଲା ।

ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ କେଏଲ ରାହୁଲଙ୍କ ପରି ବରିଷ୍ଠ ଖେଳାଳିଙ୍କ ବିନା ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିଛି । ଋଷଭ ପନ୍ତ ସିରିଜରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ କରାଯାଇଥିଲା । ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଲାଗୁଥିଲା ଦଳ ଅଷ୍ଟ୍ରେଲିଆ ରେକର୍ଡ ଭାଙ୍ଗି ପାରିବ ନାହିଁ । ହେଲେ ପରେ ଦୁଇଟି ମ୍ୟାଚ୍ ଜିତି ଭାରତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ।

Related Articles

Back to top button