ବାମପନ୍ଥୀ ନେତା ଗୁସ୍ତାବୋ ପେଟ୍ରୋ କଲମ୍ୱିଆର ନୂଆ ରାଷ୍ଟ୍ରପତି

ବାମପନ୍ଥୀ ନେତା ଗୁସ୍ତାବୋ ପେଟ୍ରୋ କଲମ୍ୱିଆର ପରବର୍ତ୍ତି ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଏମ-୧୯ ଗରିଲା ଆନ୍ଦୋଳନର ପୂର୍ବତନ ସଦସ୍ୟ ଗୁସ୍ତାବୋ ପେଟ୍ରୋ ବିଜୟୀ ହୋଇଛନ୍ତି । ଦେଶରେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ଆଣିବାର ନାରା ସହ ସେ ନିର୍ବାଚନ ଲଢିଥିଲେ । ଦେଶର ଇତିହାସରେ ପ୍ରଥମ ବାମପନ୍ଥୀ ନେତା ଭାବେ ପେଟ୍ରୋ ଏହି ସଫଳତା ପାଇଛନ୍ତି ।

ଦେଶର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପେଟ୍ରୋ ନିଜର ନିକଟତମ ପ୍ରତିଦ୍ୱନ୍ଦି ରୋଡୋଲ୍ଫ ହେରନାନଡେଜଙ୍କୁ ୭,୧୯,୯୭୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ନିର୍ବାଚନରେ ଦୁଇ ନେତାଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ପେଟ୍ରୋଙ୍କୁ ୫୦.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ହେରନାନଡେଜଙ୍କୁ ୪୭.୩ ପ୍ରତିଶତ ଭୋଟ ମିଳିଛି। ନିର୍ବାଚନ ପରିଣାମ ଘୋଷଣା ପରେ ହେରନାନଡେଜ ଏକ ଭିଡିଓ ଜାରି ନିଜର ପରାଜୟକୁ ସ୍ୱୀକାର କରିଛନ୍ତି ।

ନିର୍ବାଚନୀ ପ୍ରଚାରରେ ପେଟ୍ରୋ ଅସମାନତା ବିରୋଧରେ ଲଢିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ପେନସନରେ ନୂତନ ସଂସ୍କାର, ବିଶ୍ୱ ବିଦ୍ୟାଳୟରେ ମାଗଣା ଶିକ୍ଷାର ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗରିଲା ଆନ୍ଦୋଳନରେ ସାମିଲ ଥିବା ପ୍ରେଟୋ ସେନ ଦ୍ୱାରା ବନ୍ଦୀ ହୋଇଥିଲେ । ଏବଂ ଏହି ସମୟରେ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଇଥିଲା ।

Related Articles

Back to top button