ଚେସ୍ ଅଲିମ୍ପିୟାର୍ଡ ମଶାଲ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିୟାର୍ଡ ମଶାଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ୪୪ ତମ ଚେସ ଅଲିମ୍ପିୟାର୍ଡ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚେସ୍ ଅଲିମ୍ପିୟାର୍ଡ ଖେଳ ପାଇଁ ଆଜି ପ୍ରଥମ ମଶାଲ ଯାତ୍ରା ଭାରତରେ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ଭାରତ ଏହାକୁ ଆୟୋଜନ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଗର୍ବିତ ଯେ ଗୋଟିଏ ଖେଳ ନିଜ ଜନ୍ମସ୍ଥାନରୁ ବାହାରି ସାରା ଦୁନିଆର ନିଜ ଛାପ ଛାଡିଛି । ପିଏମ କହିଛନ୍ତି, ଶତାବ୍ଦୀ ପୂର୍ବେ ଚତୁରଙ୍ଗ ରୂପେ ଏହି ଖେଳର ମଶାଲ ସାରା ଦୁନିଆରେ ବ୍ୟାପିଥିଲା। ଆଜି ଚେସର ପ୍ରଥମ ଅଲିମ୍ପିୟାର୍ଡ ମଶାଲ ଭାରତରୁ ବାହାରୁଛି । ଆଜି ଭାରତ ନିଜର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପର୍ବ, ଅମୃତ ମହୋତ୍ସବ ପାଳନ କରୁଛି। ଏହି ଚେସ ଅଲିମ୍ପିୟାର୍ଡ ମଶାଲ ଦେଶର ୭୫ ସହରକୁ ଯିବ।

ପ୍ରଧାନମନ୍ତ୍ର ମୋଦୀ କହିଛନ୍ତି, ‘FIDE ଏହା ମଧ୍ୟ ନିଷ୍ପତ୍ତି ନେଇଛି ଯେ, ପ୍ରତ୍ୟେକ ଚେସ୍ ଅଲିମ୍ପିୟାର୍ଡ ଖେଳ ପାଇଁ ମଶାଲ ଯାତ୍ରା ଭାରତରୁ ହିଁ ଆରମ୍ଭ କରିବ । ଏହି ସମ୍ମାନ କେବଳ ଭାରତର ସମ୍ମାନ ନୁହେଁ ବରଂ ଚେସର ଗୌରବଶାଳୀ ଇତିହାସର ମଧ୍ୟ ସମ୍ମାନ । ଏଥିପାଇଁ FIDE ଏବଂ ଏହାର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି’।

Related Articles

Back to top button