ବର୍ଷାରେ ଧୋଇଗଲା ପଞ୍ଚମ ଟି-୨୦, ଦର୍ଶକଙ୍କୁ ଟିକେଟ୍ ଟଙ୍କା ଫେରସ୍ତ କରାଯିବ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି । ଏବେ ଦର୍ଶକଙ୍କୁ ତାଙ୍କ ଟିକେଟ୍ ଟଙ୍କା ଫେରସ୍ତ କରାଯିବ । କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ(କେଏସସିଏ) ସୋମବାର ଏହାର ଘୋଷଣା କରିଛି । ରବିବାର ମ୍ୟାଚ୍ ସମୟରେ ବର୍ଷା ହେବାରୁ ଶେଷରେ ମୁକାବିଲା ରଦ୍ଦ କରିବାକୁ ପଡିଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିକ ୨-୨ରେ ସମାପ୍ତ ହୋଇଛି । ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପରେ ବର୍ଷା ହେବାରୁ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଥିଲା ।

କେଏସସିଏର ନୀତି ଅନୁଯାୟୀ, ଯଦି ମ୍ୟାଚରେ ୍‌ଗୋଟିଏ ବି ବଲ୍ ପଡିଥାଏ ତେବେ ଟିକେଟ୍ ଅର୍ଥ ଫେରାଯାଇନଥାଏ । ତଥାପି କ୍ରିକେଟ୍ ସଂଘ ଟିକେଟ୍ ଅର୍ଥ ଫେରାଇବାକୁ ନିଷ୍ପତ୍ତି ନେଇଛି । ତେବେ ସଂପୂର୍ଣ୍ଣ ଅର୍ଥ ନୁହେଁ କେବଳ ୫୦ ପ୍ରତିଶତ ଅର୍ଥ ଦର୍ଶକଙ୍କୁ ଫେରାଯିବ । କେଏସସିଏର କୋଷାଧ୍ୟକ୍ଷ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଗୋଟିଏ ବଲ୍ ପଡିଲେ ଅର୍ଥ ଫେରସ୍ତର ନିୟମ ନାହିଁ । ତଥାପି ଏଥର ଅର୍ଥ ଫେରସ୍ତ କରିବାକୁ ନିର୍ଣ୍ଣୟ ନିଆଯାଇଛି ।

ବେଙ୍ଗାଲୁରୁରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ବ୍ୟାଟିଂ କରିବାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଥିଲା। ମ୍ୟାଚ୍‌ରେ କେବଳ ୩.୩ ଓଭର ବଲ୍ ପଡି ପାରିନଥିଲା। ଏହା ପରେ ବର୍ଷା ଲାଗି ରହିଥିଲା। ଭାରତୀୟ ଦଳ ଦୁଇ ଓ୍ଵିକେଟ୍ ହରାଇ ୨୮ ରନ କରିଥିଲା। ଇଶାନ କିଷନ(୧୫) ଏବଂ ଋତୁରାଜ ଗାଏକଓ୍ଵାଡ(୧୦) ଆଉଟ୍ ହୋଇଥିଲେ। ଶ୍ରେସୟ ଆୟର(୦) ଏବଂ ଅଧିନାୟକ ଋଷଭ ପନ୍ତ(୧) ଅପରାଜିତ ଥିଲେ। ସ୍ଥିତିରେ କୌଣସି ସୁଧାର ନଆସିବାରୁ ଶେଷରେ ମୁକାବିଲା ରଦ୍ଦ ଘୋଷଣା କରାଯାଇଥିଲା। ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ଭାଗବଣ୍ଟା କରିଛନ୍ତି।

Related Articles

Back to top button