ମିତାଲି ରାଜଙ୍କ ବାୟୋପିକ୍ ଫିଲ୍ମ ‘ସାବାସ୍ ମିଥୁ’ର ଟ୍ରେଲର ରିଲିଜ୍‌, ଦମ୍‌ଦାର ଭୂମିକାରେ ତାପସୀ ପନ୍ନୁ

ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମ ‘ସାବାସ୍ ମିଥୁ’ରେ ମିତାଲି ଭୂମିକାରେ ନଜର ଆସିବେ

ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ କାହାଣୀ ସମସ୍ତେ ଦେଖିବେ । ଖୁବ୍‌ ଶୀଘ୍ର ବଡ ପରଦାରେ ରିଲିଜ୍‌ ହେବ। ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମ ‘ସାବାସ୍ ମିଥୁ’ରେ ମିତାଲି ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ କାହାଣୀ ଦର୍ଶାଯାଇଛି। ଟ୍ରେଲରରେ ଏହି କାହାଣୀ ଦେଖିବା ପରେ, ଯେକେହି ବି ଭାବପ୍ରବଣ ହେବେ।

ମିତାଲି ରାଜଙ୍କ ବାୟୋପିକ୍ ଫିଲ୍ମ ସାବାସ୍‌ ମିଥୁର ଟ୍ରେଲର ବହୁତ ଜବରଦସ୍ତ ରହିଛି। ତାପସୀ ପନ୍ନୁ ମିତାଲି ରାଜ ଭୂମିକାରେ ନଜର ଆସିବା ବେଳେ ଏହି ଚରିତ୍ରରେ ତାଙ୍କର ଅଭିନୟ ଖୁବ୍‌ ସୁନ୍ର ରହିଛି ବୋଲି ଦେଖିବାକୁ ମିଳିଛି । ଯେତେବେଳେ ସେ କ୍ରିକେଟର ହେବାର ସ୍ୱପ୍ନ ଦେଖୁଥିଲେ ସେତେବେଳେ ମିତାଲିଙ୍କୁ ୮ବର୍ଷ ହୋଇଥିଲା । ମିତାଲି ତାଙ୍କ ପରିଚୟ ହାସଲ କରିବା ପାଇଁ ବହୁତ ଲଢିଛନ୍ତି । ନିଜକୁ ପ୍ରମାଣିତ କରି ଦେଖାଇବା ସହ ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ ବଦଳାଇ ଥିଲେ । ସେବେଠାରୁ ମିତାଲି ରାଜ ମହିଳା କ୍ରିକେଟ୍ ଦଳକୁ ଏକ ଭିନ୍ନ ପରିଚୟ ଦେଇଛନ୍ତି।

ଫିଲ୍ମର ଟ୍ରେଲର  ୨ ମିନିଟ୍ ୪୪ ସେକେଣ୍ଡର। ଏହାପୂର୍ବରୁ ଆମେ ପରଦାରେ ଅନେକ କ୍ରିକେଟରଙ୍କ କାହାଣୀ ଦେଖିଛୁ କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ଲୋକମାନେ ପରଦାରେ ଜଣେ ମହିଳା କ୍ରିକେଟରଙ୍କ କାହାଣୀ ଦେଖିବେ । ସାବାସ୍‌ ମିଥୁ ଚଳଚ୍ଚିତ୍ର ଜୁଲାଇ ୧୫ରେ ରିଲିଜ୍‌ ହେବ । ଶ୍ରୀଜିତ୍ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଭାୟାକମ୍ ୧୮ ଷ୍ଟୁଡିଓର ବ୍ୟାନରରେ ନିର୍ମିତ ।

Related Articles

Back to top button