ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ କାଭିଏଟ ପିଟିଶନ ଦାଖଲ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନକୁ ଉଦ୍ଧବ ଠାକରେଙ୍କ ହାତରୁ ଛଡ଼ାଇ ନେବା ପରେ ମଧ୍ୟ ଚୁପ ହୋଇ ବସି ନାହିଁ। ଶିବସେନାକୁ ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଶିନ୍ଦେ ଆବଶ୍ୟକ କରୁଥିବା ପ୍ରତ୍ୟେକ ପଦକ୍ଷେପ ନେବାରେ ଲାଗିଛନ୍ତି। ଏବେ ଏକ ଖବର ଆସିଛି ଯେ ଏକନାଥ ଶିନ୍ଦେ ସୁପ୍ରିମକୋର୍ଟରେ ଏକ କାଭିଏଟ ଆବେଦନ ଦାଖଲ କରିଛନ୍ତି।

ଏହି ଆବେଦନରେ କୁହାଯାଇଛି ଯେ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ଉଦ୍ଧବଙ୍କ ଦଳ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ। ଏଭଳି ପରିସ୍ଥିତିରେ, ଏହି ପ୍ରସଙ୍ଗରେ କୌଣସି ରାୟ ଦେବା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଶୁଣିବା ଉଚିତ।

ସୂଚନାଯୋଗ୍ୟ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ସୁପ୍ରିମକୋର୍ଟ ଯିବାକୁ କହିଥିଲେ। ସୋମବାର ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଉଦ୍ଧବ ଗୋଷ୍ଠୀର କୌଣସି ପଦକ୍ଷେପ ପୂର୍ବରୁ ମଧ୍ୟ ଶିନ୍ଦେ ଦଳ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

Related Articles

Back to top button