ପୋଲିସ ଷ୍ଟେସନରେ କେସ ସମାଧାନ କଲା ଶୁଆ, ନିଜ ମାଲିକ ବାଛିଲା

ଆଗ୍ରା: ଆଗ୍ରା ପୋଲିସ ଷ୍ଟେସନରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗୋଟିଏ ପାଳିତ ଶୁଆ କିପରି ନିଜ ମାଲିକକୁ ଚିହ୍ନି କେସ ସମାଧାନ କଲା ଆସନ୍ତୁ ଜାଣିବା…

ବଲେକଶ୍ୱରରେ ଜଣେ ପରିବାର ଜଣେ ବନ୍ଧୁଙ୍କଠାରୁ ଏକ ବିଦେଶୀ ଶୁଆ ପାଳିବାକୁ ଆଣିଥିଲେ । ୩ ବର୍ଷ ସ୍ନେହ ଶ୍ରଦ୍ଧାରେ ପାଳିବା ପରେ ଶୁଆ ମଧ୍ୟ ତାର ଭାଷାରେ ସେମାନଙ୍କୁ ପାପା ଆଉ ମମ୍ମି ଡାକୁଥିଲା । ହଠାତ ଶୁଆ ଦେଇଥିବା ବ୍ୟକ୍ତିଜଣକ ଏହାକୁ ଫେରାଇ ନେବା ପାଇଁ ଆସିଥିଲା । ଫଳରେ ବିବାଦ ଉପୁଜିଥିଲା । ଶେଷରେ ଥାନା ପର୍ଯ୍ୟନ୍ତ କଥା ଗଲା । ପୋଲିସର ବରିଷ୍ଠ ଅଧିକାରୀ କେସର ସମାଧାନ କରି ନ ପାରି ଶୁଆକୁ ଆଣି ଦୁଇ ଜଣଙ୍କ ମଝିରେ ରଖିଥିଲେ ।

ଶୁଆଟି ‘ମୁଝେ ମମ୍ମି ପାପାକେ ପାସ ଜାନା ହେ’ କହୁଥିଲା । ଶୁଆକୁ ଖୋଲି ଦିଆ ଯାଇଥିଲା । ଶେଷରେ ୩ ବର୍ଷ ଧରି ସ୍ନେହରେ ପାଳିଥିବା ଦମ୍ପତିଙ୍କ ପାଖକୁ ସେ ଉଡି ଯାଇ ହାତରେ ବସିଥିଲା । କେସ ସମାଧାନ ହେବା ପରେ ଶୁଆ ଦେଇଥିବା ବ୍ୟକ୍ତିକୁ ଧମକାଇବାରୁ ସେ ସତ କହିଥିଲେ । ଜଣେ ବ୍ୟକ୍ତି ୬୦ ହଜାର ଟଙ୍କା ଲୋଭ ଦେଖାଇ ଶୁଆ ନେବା ପାଇଁ କହିଥିଲା । ସେଥିପାଇଁ ମୁଁ ତାଙ୍କୁ ଶୁଆ ଫେରସ୍ତ ମାଗିଥିଲି ।

Related Articles

Back to top button