କ୍ୟାମୋଥେରାପି ସମୟରେ ନିଜ କେଶ ନ ଝଡ଼ିବା ଲାଗି ହେଲମେଟ୍ ତିଆରି କରିଥିଲେ ମହିଳା: ୬୦ ହଜାର କ୍ୟାନସର ରୋଗୀ ଏଯାଏଁ ବ୍ୟବହାର କରି ହେଲେଣି ଲାଭବାନ

ଆର୍ଜେଣ୍ଟିନା ମହିଳା ପାଉଲ ଏଷ୍ଟ୍ରାଡା ଯେତେବେଳେ ବ୍ରେଷ୍ଟ କ୍ୟାନସରରେ ପଡ଼ି ଚିକିତ୍ସିତ ହେଉଥିଲେ ସେତେବେଳେ କ୍ୟାମେଥେରାପିରେ ତାଙ୍କର ସୁନ୍ଦର ସୁନା ରଙ୍ଗର କେଶ ନଷ୍ଟ ହେଉଥିଲା। ଏପଟେ କ୍ୟାନ୍ସର ଚିକିତ୍ସା ସେପଟେ ବାଳ ନଷ୍ଟ ହେବାକୁ ନେଇ ଟେନ୍‌ସନ ଥିଲେ ପାଉଲ। ତେଣୁ କ୍ୟାମୋଥେରାପି ଚିକିତ୍ସାରୁ କିପରି ନିଜର ମୁଣ୍ଡର କେଶକୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ନିଜେ ଗବେଷଣା କରି ତିଆରି କଲେ ଏକ ହେଲ୍‌ମେଟ୍‌।  ତାଙ୍କର ଏହି ଗବେଷଣା କେବଳ ଯେ ତାଙ୍କୁ ଉପକୃତ କଲା ତାହା ନୁହେଁ ବରଂ ସମସ୍ତ ଚିକିତ୍ସିତ ରୋଗୀଙ୍କ ପାଇଁ ବରଦାନ ପରି ହେଲା।

୨୦୦୯ରେ ମହିଳା ପାଉଲ ଏଷ୍ଟ୍ରାଡା ସ୍ତନ କର୍କଟରେ ପୀଡ଼ିତ ହୋଇଥିଲା। ସେତେବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ହେଲେ ସେ ଚିକିତ୍ସା ସାଙ୍ଗକୁ ନିଜର ଚମକପ୍ରଦ କେଶ ହରାଉଥିଲେ। ଯାହା ତାଙ୍କୁ ଶାରିରୀକ ଓ ମାନିସିକ ରୂପରେ ଆହୁରି ରୋଗାଗ୍ରସ୍ତ କରିଦେଉଥିଲା। ଏଥିପାଇଁ ସେ ଏକ ଆଇସ୍ ପ୍ୟାକ୍‌ରେ ଗୋଟେ ଅସ୍ଥାୟୀ ହେଲ୍‌ମେଟ୍ ପ୍ରସ୍ତୁତି କରି ବ୍ୟବହାର କରି ବ୍ୟବହାର କଲେ।  ଫଳରେ ହେଲ୍‌ମେଟ୍‌ର ଥଣ୍ଡା ରକ୍ତ ବାହିକାକୁ ସଂକୁଚିତ କରି କ୍ୟାମୋଥେରାପି ଔଷଧ ପ୍ରଭାବକୁ କେଶର ମୂଳ ପର୍ଯ୍ୟନ୍ତ ଯିବାକୁ ଅଟକାଇଥିଲା। ଯେଉଁଥିରେ ତାଙ୍କ ବାଳ ଝଡ଼ିବାରୁ ମୁକ୍ତି ମିଳିଥିଲା।

ଏଷ୍ଟ୍ରାଡାଙ୍କର ଏହି ଆବିଷ୍କାରକୁ ୧୦ ବର୍ଷ ପୂରିଥିଲେ ବି ତାଙ୍କର ଏହି ହେଲ୍‌ମେଟ୍ ଆଜି ବି ଲୋକଙ୍କ କାମରେ ଆସୁଛି। ଆମେରିକା, ଆର୍ଜେଣ୍ଟିନ ଚିଲି, ମେସ୍କିକୋ, ସ୍ପେନ୍ ଆଦି ଦେଶରେ ୬୦ ହଜାର କ୍ୟାନସର ରୋଗୀ ଏହାକୁ ବ୍ୟବହାର କରିସାରିଛନ୍ତି। ଏହାପରେ ଆର୍ଜେଣ୍ଟିନାର ଖାଦ୍ୟ ଓ ଔଷଧ ପ୍ରଶାସନ ୨୦୧୭ରେ ଏହାକୁ ମଞ୍ଜୁରି ଦେଇଥିଲେ। ଏହାପରେ ଆର୍ଜେଣ୍ଟିନାର ବଡ଼ ବଡ଼ ହସ୍‌ପିଟାଲରେ ଏହି ହେଲ୍‌ମେଟ ବ୍ୟବହାର ହେଉଛି।

Related Articles

Back to top button