ବିପଦରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍; ସୃଷ୍ଟି ହେଲାଣି ଫାଟ, କାମ କରୁନି ମେସିନ୍, ସତର୍କ କଲା ଋଷ

ମସ୍କୋ: ବିପଦରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍(ISS)। ମହାକାଶ ଗବେଷଣା ପାଇଁ ଆଉ ଫିଟ୍ ନୁହେଁ। ଏହି ସତର୍କ ସୂଚନା ଦେଇଛି ଋଷ। ସ୍ପେଶ୍ ଷ୍ଟେସନ୍‌ରୁ ଓହରିବା ନେଇ ଘୋଷଣା କରିବାର ମାସକ ପରେ ଏଭଳି କହିଛି ମସ୍କୋ। ଋଷିଆ ମହାକାଶ ଗବେଷଣା ସଂସ୍ଥା ରୋସ୍କୋସମୋସ୍(Roscosmos)ର ମୁଖ୍ୟ ୟୁରୀ ବୋରିସୋଭ କହିଛନ୍ତି ଯେ ସ୍ପେଶ୍ ଷ୍ଟେସନ୍‌ର ଅନେକ ଜିନିଷ ଖରାପ ହୋଇଗଲାଣି। ସ୍ପେଶ୍ ଷ୍ଟେସନ୍‌ରେ ଲାଗିଥିବା ସାମଗ୍ରୀ ପୁରୁଣା ହୋଇଯିବାରୁ ଏହା ଗବେଷକଙ୍କ କ୍ରୁ ବୋର୍ଡ ପ୍ରତି ବିପଦ ସୃଷ୍ଟି କରିପାରେ।

ଏହାର ମାସକ ପୂର୍ବରୁ ଋଷି ଆମେରିକା ଓ ଅନ୍ୟ ଦେଶ ସହ ମିଶି ସ୍ପେସ୍‌ ଷ୍ଟେସନ୍‌ ଅଭିଯାନରୁ ଓହରିଯାଇଥିଲା। ନିଜ ସ୍ପେଷ୍ ଷ୍ଟେସନ୍ ତିଆରି କରିବ ବୋଲି ଋଷ କହିଥିଲା। ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରତିବନ୍ଧକ ଲାଗିବା ପରେ ଋଷ ଏଭଳି ନିଷ୍ପତ୍ତି ନେଇଥିଲା। ଆଉ ଏବେ ବୋରିସୋଭ ସ୍ପେଶ୍ ଷ୍ଟେସନ୍ ବିଷୟରେ ଦେଇଥିବା ଚେତାବନୀ ଚିନ୍ତାର କାରଣ ପାଲଟିଛି।

ସେ କହିଛନ୍ତି “ନିର୍ଦ୍ଧାରିତ ସମୟ ଅନୁସାରେ ISS ୱାରେଣ୍ଟି ପିରିୟଡ ପାର କରିସାରିଲାଣି। ଏଣୁ ଏହା ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ଏହାର ଅନେକ ସିଷ୍ଟମ ଖରାପ ହେବା ଆରମ୍ଭ ହେଲାଣି ଓ ଫାଟ ସୃଷ୍ଟି ହୋଇଥିବା ଦେଖାଯାଉଛି।” ଋଷିଆ ମହାକାଶ ଗବେଷଣା ସଂସ୍ଥା ରୋସ୍କୋସମୋସ୍ର ମୁଖ୍ୟ ବୋରିସୋଭ କହିଥିବା ରୟଟର୍ସରେ ଖବର ପ୍ରକାଶ ପାଇଛି।

Related Articles

Back to top button