ଅନ୍ତରୀକ୍ଷରେ ନାସାର ଡାର୍ଟ ମିଶନ ସଫଳ: ଡାଇମୋରଫୋସର ଗତିପଧ ବଦଳିଲା କି ନାହିଁ ତାହା ଉପରେ ନଜର ରଖିଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ଅନ୍ତରୀକ୍ଷରେ ବଦଳିଲା ଏଷ୍ଟେରୟଡର ଗତିପଥ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣାକାରୀ ସଂସ୍ଥା ନାସାର ଡାର୍ଟ ମିଶନକୁ ସଫଳତା ମିଳିଛି । ୨୭ ସେପ୍ଟେମ୍ବର ଭାରତୀୟ ସମୟ ଭୋର୍ ୪ଟା ୪୫ରେ ଅନ୍ତରୀକ୍ଷରେ ନାସା ଏଷ୍ଟେରୟଡର ଗତିପଥ ପରିବର୍ତ୍ତନ କରିଛି । ନାସାର ଡବଲ ଏଷ୍ଟେରୟଡ ରିଡାଇରେକ୍ସନ୍ ଟେଷ୍ଟ (DART) ମିଶନର ସ୍ପେସକ୍ରାଫ୍ଟ ଡିଡିମୋସ ଏଷ୍ଟେରୟଡର ଚାରିପଟେ ଘୁରୁଥିବା ଛୋଟ ଏଷ୍ଟେରୟଡ ଡାଇମରଫୋସକୁ ଧକ୍କା ଦେଇଛି । ଅର୍ଥାତ୍ ଭବିଷ୍ୟତରେ ଯଦି କୌଣସି ଏଷ୍ଟେରୟଡ ପୃଥିବୀ ପାଇଁ ବିପଦ ପାଲଟେ ତେବେ ସମୟ ପୂର୍ବରୁ ହିଁ ତାର ଗତିପଥ ବଦଳାଇ ଦିଆଯାଇ ପାରିବ ।

ଡିଡିମୋସ ଓ ଡାଇମୋରଫୋସ୍ ପୃଥିବୀ ପାଇଁ ବିପଦ ନଥିଲେ । ଠିକ୍ ୧୦ ମାସ ତଳେ ନାସା ଡାର୍ଟ ମିଶନ ଆରମ୍ଭ କରିଥିଲା । ଦୀର୍ଘଦିନର ଯାତ୍ରା ପରେ ପୃଥିବୀ ଠାରୁ ୧.୧୦ କୋଟି କିଲୋମିଟର ଦୂରରେ ଡାଇମୋରଫୋସକୁ ଡାର୍ଟ ଧକ୍କା ଦେଇଛି, ଆଉ ମିଶନ ସଫଳ ହୋଇଛି । ଏବେ ବୈଜ୍ଞାନିକ ଡାଇମୋରଫୋସର ଗତିପଧ ବଦଳିଲା କି ନାହିଁ ତାହା ଉପରେ ନଜର ରଖିଛନ୍ତି । କିଛିଦିନ ମଧ୍ୟରେ ଏହା ଜଣା ପଡ଼ିଯିବ ।

 

Related Articles

Back to top button