ଅନ୍‌ଲାଇନ୍‌ରେ ଅନ୍ୟ କାହାର ଆକାଉଣ୍ଟରେ ଭୁଲ୍‌ରେ ଟଙ୍କା ଜମା କରିଦେଲେ କ’ଣ କରିବେ ଜାଣନ୍ତୁ

ଏବେ ଦେଶରେ ଅନ୍‌ଲାଇନ୍‌ ଟଙ୍କା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏଟିଏମ୍‌ରେ ଟଙ୍କା ଉଠାଣଠାରୁ ଅନ୍‌ଲାଇନ୍‌ କାରବାରରେ ଟଙ୍କା ନେଣଦେଣ ଅଧିକ ହେଉଛି । ଚା’ ଦୋକାନ ଠାରୁ ସପିଂ ମଲ୍‌ ସୁନା ଦୋକାନ ସବୁଠାରେ ଏବେ ଅନ୍‌ଲାଇନ୍‌ରେ ଟଙ୍କା କାରବାର ବୃଦ୍ଧି ପାଇଛି । ବେଳେ ବେଳେ ଅନ୍‌ଲାଇନ୍‌ରେ ଟଙ୍କା ଦେବା ବେଳକୁ ଭୁଲ୍‌ରେ ଅନ୍ୟ କାହାର ଆକାଉଣ୍ଟକୁ ଟଙ୍କା ଚାଲିଯାଇ ପାରେ । ଏହି ସମୟରେ ଲୋକମାନେ ବ୍ୟସ୍ତ ହୋଇଯାଆନ୍ତି । ଏହି ସ୍ଥିତିରେ ଆପଣ କିଛି ଜରୁରୀ କାର୍ଯ୍ୟ କରିବାକୁ ପଡିବ ।

କୌଣସି ଭୁଲ୍‌ ଆକାଉଣ୍ଟକୁ ଟଙ୍କା ଚାଲିଗଲେ ଆପଣ ଏହି ସୁରକ୍ଷିତ ଉପାୟ ଆପଣେଇ ପାରିବେ । ବେଳେ ବେଳେ ତରବର ହୋଇ କିମ୍ବା ଡିଜିଟାଲି ଯାଞ୍ଚ ନକରି କେହି କେହି ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥାଆନ୍ତି । ଏହି ସମୟରେ ଆପଣଙ୍କର ଚିନ୍ତା ବୃଦ୍ଧି ପାଏ ଆପଣ କିପରି ଟଙ୍କା ଫେରି ପାଇବେ ।

ସେହି ସମୟରେ ଏହି ନିମ୍ନ ପ୍ରଦତ ଜିନିଷ ଉପରେ ଧ୍ୟାନ ରଖନ୍ତୁ ।

ଯଦି ଆପଣ ଭୁଲ୍‌ ଆକାଉଣ୍ଟରେ ଟଙ୍କା ଜମା କରି ଦେଇଛନ୍ତି ତେବେ ପ୍ରଥମେ ଏହି ଟ୍ରାନଜାକସନ୍‌ର ସ୍କ୍ରିନ୍‌ ସଟ୍‌ ନିଅନ୍ତୁ । ଏହାପରେ ବ୍ୟାଙ୍କରେ ଯାଇ ଲିଖିତ ଭାବରେ ଅଭିଯୋଗ କରନ୍ତୁ । ଏହି ଅଭିଯୋଗ ଦାଖଲ ସମୟରେ ଆପଣ ବ୍ୟାଙ୍କରେ ସ୍କ୍ରିନ୍‌ ସଟ୍‌ ସହ ପ୍ରମାଣ ଦେବା ପାଇଁ ପଡିବ । ସ୍କ୍ରିନ୍‌ ସଟ୍‌ରେ ତାରିଖ ସମୟ, ଆକାଉଣ୍ଟ ନମ୍ବର କାରବାର ସଂଖ୍ୟାର ସମସ୍ତ ତଥ୍ୟ ମିଳିଯିବ ।

Related Articles

Back to top button