ହାର୍ଟ ଆଟାକ ପାଇଁ ବୈଜ୍ଞାନିକ ତିଆରି କଲେ ଟ୍ରାକିଂ ଡିଭାଇସ: ୯୦ ପ୍ରତିଶତ ପର୍ଯ୍ୟନ୍ତ ସଠିକ୍ ତଥ୍ୟ ମିଳିବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ଭୟଙ୍କର ବୀମାରୀ । ନିକଟରେ ହାର୍ଟ ଆଟାକ ପାଇଁ ବୈଜ୍ଞାନିକମାନେ ଏକ ନୂଆ ଡିଭାଇସ୍ ତିଆରି କରିଥିବା ବେଳେ ଏହା ମାଧ୍ୟମରେ ମାତ୍ର ୫ ମିନିଟ ମଧ୍ୟରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ହାର୍ଟ ଆଟାକର ସଠିକ୍ ତଥ୍ୟ ମିଳି ପାରିବ । ଏଥିପାଇଁ ଏକ ଟ୍ରାକିଂ ଡିଭାଇସକୁ ବ୍ୟବହାର କରିବାକୁ ପଡ଼ିବ ।

ବୈଜ୍ଞାନିକମାନେ ଭାବେ ବିକଶିତ କରିଥିବା ଏହି ଡିଭାଇସ ହାର୍ଟ ଆଟାକ ଚିକିତ୍ସା କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିବ । ଫଳରେ ବିନା ବ୍ଲଡ ଟେଷ୍ଟରେ ରୋଗୀର ଚିକିତ୍ସା କରିବା ସମ୍ଭବ ହେବ । ଏପରିକି ହାର୍ଟ ଆଟାକ ଆସିବା ପୂର୍ବରୁ ରୋଗୀକୁ ଆଲର୍ଟ କରାଯାଇ ପାରିବ । ସାଧାରଣ ଭାବେ ଇସିଜି ରିପୋର୍ଟ ଦ୍ୱାରା ୫୦ ପ୍ରତିଶତ ପର୍ଯ୍ୟନ୍ତ ହାର୍ଟ ଆଟାକ ଭବିଷ୍ୟବାଣୀ କରାଯାଇପାରେ, ମାତ୍ର ସଠିକ୍ ତଥ୍ୟ ପାଇଁ ରକ୍ତ ପରୀକ୍ଷା କରାଯାଇଥାଏ । ତେବେ ନୂଆ ଡିଭାଇସ ବିନା ବ୍ଲଡ ଟେଷ୍ଟରେ ତଥ୍ୟ ପ୍ରଦାନ କରିବ । ଅକ୍ସଫୋର୍ଡ ୟୁନିଭରସିଟିର ରିସର୍ଚ୍ଚରମାନେ ଏହି ଯନ୍ତ୍ରକୁ ବିକଶିତ କରିଛନ୍ତି ।

ରିସର୍ଚ୍ଚରଙ୍କ ଅନୁଯାୟୀ, ମଣିଷର ହୃଦୟର କୋଷିକାରେ ଟ୍ରୋପୋନିନ ନାମକ ଏକ ପ୍ରୋଟିନ ରହିଥାଏ । ଏହା ଦିଲର ମାଂସପେଶୀର ସଙ୍କୋଚନ ଓ ରିଲାକ୍ସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ହାର୍ଟ ପର୍ଯ୍ୟନ୍ତ ରକ୍ତ ଯୋଗାଣ କରୁଥିବା ଧମନୀରେ ବ୍ଲକେଜ ହୋଇଥାଏ ଓ ଅକ୍ସିଜେନ ଅଭାବ ହୋଇଥାଏ, ଏହି କୋଷିକାଗୁଡ଼ିକ ସମାପ୍ତ ହୋଇଯାଇଥାନ୍ତି । ଏପରି ସ୍ଥିତିରେ ଟ୍ରୋପୋନିକ ବଢ଼ିବାକୁ ଲାଗିଥାଏ । ନୂଆ ଡିଭାଇସର ବିନା ବ୍ଲଡ ଟେଷ୍ଟରେ ଏହାର ସନ୍ଧାନ କରିଥାଏ ।

ଟ୍ରୋପୋନିନର ଯାଞ୍ଚ କରିବା ପାଇଁ ଏହି ଡିଭାଇସକୁ ବ୍ୟବହାର କରାଯାଇ ପାରିବ । ନୂଆ ଡିଭାଇସ ବିନା ରକ୍ତ ନମୂନାରେ ଟ୍ରୋପୋନିନର ଯାଞ୍ଚ କରିଥାଏ । ଯେତେବେଳେ ମଣିଷ ଏହି ଡିଭାଇସକୁ ପିନ୍ଧିଥାଏ, ସେ ସମୟରେ ସେଥିରୁ ନିର୍ଗତ ହେଉଥିବା ଇନଫ୍ରାଏଡ ଲାଇଟ୍ ଚର୍ମ ଭିତରକୁ ପହଞ୍ଚିଥଏ ଓ ରକ୍ତରେ ଥିବା ଟ୍ରୋପୋନିନ ପ୍ରୋଟିନର ସ୍ତର ବିଷୟରେ ତଥ୍ୟ ଖୋଜିଥାଏ । ସାଧାରଣ ଭାବେ ହାର୍ଟ ଆଟାକ ମାମଲାରେ ଟ୍ରୋପୋନିନ ପ୍ରୋଟିନର ସ୍ତର ବିଷୟରେ ଜାଣିବା ପାଇଁ ରକ୍ତ ପରୀକ୍ଷା ଜରୁରୀ ହୋଇଥାଏ ।

ମାତ୍ର ନୂଆ ଡିଭାଇସ ଦ୍ୱାରା ଏହି କାର୍ଯ୍ୟ ସହଜ ହୋଇଯାଇଥାଏ । ଅଲଗା ଅଲଗା ଲକ୍ଷଣ ଦେଖାଦେଉ ଥିବାରୁ ଅନେକ ସମୟରେ ହାର୍ଟ ରୋଗୀଙ୍କ ବିଷୟରେ ଜାଣିବା ମୁସ୍କିଲ ହୋଇଥାଏ । ଏପରି ସ୍ଥିତିରେ ମେଡିକାଲ ହିଷ୍ଟ୍ରି, ହାର୍ଟର ଇଲେକ୍ଟ୍ରିକାଲ ଆକ୍ଟିଭିଟି ଓ ଚେଷ୍ଟ ଏକ୍ସରେ କରାଯାଇଥାଏ । ମାତ୍ର ପ୍ରୋଟିନ ସ୍ତରର ତଥ୍ୟ ମିଳିବା ପରେ ରୋଗୀକୁ ସମୟ ପୂର୍ବରୁ ଆଲର୍ଟ କରଯାଇ ପାରିବ । ଏପରି ସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ ନେବା ପାଇଁ ରୋଗୀକୁ ସମୟ ମିଳିବ । ତେବେ ଏହି ଡିଭାଇସ କେବେ ବଜାରରେ ଉପଲବ୍ଧ ହେବ ସେନେଇ କିଛି କୁହାଯାଇ ନାହିଁ ।

Related Articles

Back to top button