ଆନ୍ଧ୍ରରେ କୁକୁଡ଼ାଙ୍କୁ ନେଇ ଆୟୋଜିତ ହେଲା ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

ହାଇଦ୍ରାବାଦ: ସାଧାରଣତଃ ସୁନ୍ଦରୀମାନଙ୍କୁ ନେଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । କିନ୍ତୁ ନିକଟରେ ଏମିତି ଏକ ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଥିରେ କୌଣସି ସୁନ୍ଦରୀ ଭାଗ ନେଇ ନ ଥିଲେ, ବରଂ କୁକୁଡ଼ାମାନେ ଭାଗ ନେଇଥିଲେ ।

ଆନ୍ଧ୍ରପ୍ରଦେଶର ପ୍ରକାରାମ ଜିଲ୍ଲାର ରଜୁପାଲେମ ଗାଁର ବାସିନ୍ଦା ସୟଦ ବାଶା । ତାଙ୍କର ଗୋଟିଏ କୁକୁଡ଼ା ନିକଟରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ କୁକୁଡ଼ା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଶୁଆ ପରି ଦେଖାଯାଉଥିବା ବିକ୍ କୁକୁଡ଼ା ପାଳୁଥିଲେ । ଏହି ପ୍ରଜାତିର କୁକୁଡ଼ା ସାଧାରଣତଃ ତାମିଲନାଡୁ ଏବଂ କେରଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ । କୁହାଯାଏ, ଏହି କୁକୁଡ଼ା ଅନ୍ୟ କୁକୁଡ଼ାଠାରୁ ଅଧିକ ସୁନ୍ଦର ହୋଇଥାନ୍ତି । ବାଶା କୁହନ୍ତି, ଏପରି କୁକୁଡ଼ା ପାଳିବା ଏବଂ ସେମାନଙ୍କୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତୁତ କରିବା ଏକ କଷ୍ଟକର କାର୍ଯ୍ୟ । ଏଥିପାଇଁ ଏହି କୁକୁଡ଼ାମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଏ ଯେଉଁଥିରେ ଅତ୍ୟାବଶ୍ୟକ ପୋଷକତତ୍ୱ୍ୱ ରହିଥାଏ । ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କୁକୁଡ଼ାମାନଙ୍କର ଆକୃତି, ତାହାର ଉଜ୍ଜ୍ୱଳତା ଏବଂ ରଙ୍ଗ ଆଧାରରେ ବିଜେତା ଘୋଷିତ କରାଯାଏ । ନିକଟରେ ଅନନ୍ତପୁରର ଧର୍ମଭାରମରେ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା । ଏଥିରେ ତାଙ୍କର ଗୋଟିଏ କୁକୁଡ଼ା ପ୍ରଥମ ଥର ପାଇଁ ଚତୁର୍ଥ ସ୍ଥାନ ଅଧିକାର କରିଛି । ତାଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Related Articles

Back to top button