
ଦୁଇ ଆକାଶଗଙ୍ଗା ମଧ୍ୟରେ ‘ରାମସେତୁ’ ! ଫଟୋ ଉଠାଇଲା ହବଲ ସ୍ପେସ୍ ଟେଲିସ୍କୋପ୍
ନୂଆଦିଲ୍ଲୀ: ହବଲ୍ ସ୍ପେସ୍ ଟେଲିସ୍କୋପ୍ ଅନ୍ତରୀକ୍ଷରୁ ଅନେକ ବିସ୍ମୟକର ଫଟୋ ପଠାଉଛି। ଯାହାଦ୍ବାରା ଅନ୍ତରୀକ୍ଷ ଅନେକ ଗଭୀର ରହସ୍ୟ ମଧ୍ୟ ଜାଣିବାକୁ ମିଳିଛି। ନିକଟରେ ଏହି ଟେଲିସ୍କୋପ୍ ଏଭଳି ଏକ ଫଟୋ ଉଠାଇଛି, ଯେଉଁଥିରେ ଗୋଟିଏ ବ୍ରିଜ୍ ବା ପୋଲ ଦୁଇ ଆକାଶଗଙ୍ଗାକୁ ଯୋଡ଼ୁଥିବାର ଦେଖାଯାଉଛି। ଏହି ପୋଲ ‘ରାମସେତୁ’ ଭଳି ଲାଗୁଛି ଯାହା ପୃଥିବୀରେ ଭାରତ ଏବଂ ଶ୍ରୀଲଙ୍କାଙ୍କୁ ଯୋଡ଼ୁଛି।
ହବଲ ସ୍ପେସ୍ ଟେଲିସ୍କୋପ୍ ଅନ୍ତରୀକ୍ଷର ବହୁତ ଲୁକ୍କାୟିତ ଦୃଶ୍ୟ, ଫଟୋ ଜରିଆରେ ପହଞ୍ଚାଉଛି। ନିକଟରେ ଏହି ଟେଲିସ୍କୋପ୍ ଗାଲାକ୍ଟିକ୍ ସିଷ୍ଟମ ଏଆରପି ୨୪୮ର ଏକ ଖୁବ୍ ସୁନ୍ଦର ଫଟୋ ନେଇଥିଲା। ଗାଲାକ୍ଟିକ୍ ସିଷ୍ଟମ୍ ଏଆରପି ୨୪୮କୁ ଓ୍ବାଇଲ୍ଡସ ଟ୍ରିପଲେଟ୍ ମଧ୍ୟ କୁହାଯାଏ। ଏହା ପରସ୍ପର ସହ ଯୋଡ଼ି ହୋଇଥିବା ତିନି ଆକାଶଗଙ୍ଗା ଯେଉଁଥିରେ ଦୁଇ ତାରା ମଧ୍ୟରେ ଥିବା ଉଜ୍ଜଳମାନ ବ୍ରିଜ୍ ଯାହା ଏହି ଆକାଶଗଙ୍ଗାଙ୍କୁ ପରସ୍ପର ସହ ଯୋଡ଼ିଥାଏ। ଏହି ବ୍ରିଜ୍ ଆକାଶଗଙ୍ଗା ମଧ୍ୟରେ ଚାଲୁଥିବା ବିଲୟ ପ୍ରକ୍ରିୟାର ସଙ୍କେତ ଦେଉଛି। ଏହି ଫଟୋକୁ ନିକଟରେ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସୀ ଜାରି କରିଛି।
ଏଥିରେ ଦୁଇ ମେଗେଲାନିକ୍ ବାଦଲ। ଏହି ଦୁଇ ବାମନ ଆକାଶଗଙ୍ଗା ଯେତେବେଳେ ଆକାଶଗଙ୍ଗାର ଚାରିପାଖରେ ବୁଲିଥାଏ। ସେତେବେଳେ ଲାଗେ ଯେ ସେ ଆମର ଆକାଶଗଙ୍ଗା ସହ କଥାବାର୍ତ୍ତା କରୁଛନ୍ତି। ଗ୍ୟାସ୍ର ଏକ ରିବନ ମିଲ୍କୀ ଓ୍ବେ କୁ ଆକାଶଗଙ୍ଗାକୁ ସେମାନଙ୍କ ସହ ଯୋଡ଼ୁଛି। ଯାହାକୁ ମେଗେଲାନିକ୍ ଷ୍ଟ୍ରିମ କୁହାଯାଏ। ଏହି ଦୁଇ ମେଗେଲାନିକ୍ ବାଦଲଙ୍କ ମଧ୍ୟରେ, କିଛି ତାରା ବହୁତ ସାରା ଗ୍ୟାସ୍ ଏବଂ ଏକ ଦୁର୍ବଳ ଚୁମ୍ବକୀୟ କ୍ଷେତ୍ରଦ୍ବାରା ନିର୍ମିତ ଏକ ପୋଲ ଅଟେ। ଯାହା ଏଆରପି ୨୪୮ ଭଳି ଆକର୍ଷଣୀୟ ନୁହେଁ କିନ୍ତୁ ତଥାପି ଏହା ଏକ ସଙ୍କେତ ଯେ ବିଲୟ ଆରମ୍ଭ ହୋଇଯାଇଛି। ଏହି ତିନି ଆକାଶଗଙ୍ଗାର ନାମ ଓ୍ବାଇଲ୍ଡସ ଟ୍ରିପଲେଟ୍ ନାମ, ମହାକାଶ ବୈଜ୍ଞାନିକ ପଲ୍ ଓ୍ବାଇଲ୍ଡଙ୍କ ନାମରେ ଦିଆଯାଇଛି। ଯିଏ କି ୧୯୫୦ ଦଶକରେ ଏହି ପରସ୍ପର କ୍ରିୟାର ଅଧ୍ୟୟନ କରିଥିଲେ।