ନିୟମିତ ଆଖି ପରୀକ୍ଷାରୁ ଜାଣିହେବ ହୃଦୟ ସମ୍ବଦ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା, ବୈଜ୍ଞାନିକ ବିକଶିତ କରିଛନ୍ତି ସ୍କ୍ରିନିଂ ପ୍ରକ୍ରିୟା

ଏହି ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ କରୋନାରୀ ଆର୍ଟେରୀ ଡିଜିଜ (ସିଏଡି) ଓ ଏହାର ସମ୍ଭାବିତ ଘାତକ ପରିଣାମ ସମ୍ପର୍କରେ ଆକଳନ କରିହେବ

ବୈଜ୍ଞାନିକ ଏକ ସରଳ ସ୍କ୍ରିନିଂ ପ୍ରକ୍ରିୟା ବିକଶିତ କରିଛନ୍ତି ଯାହା ଦ୍ୱାରା ରୁଟିନ ଆଇ ଟେଷ୍ଟିଂ ସମୟରେ କୌଣସି ବ୍ୟକ୍ତିଙ୍କ ହୃଦୟ ସମ୍ପର୍କିତ ଜଟିଳତା ସମ୍ପର୍କରେ ପୂର୍ବରୁ ଜାଣି ହେବ। ଏଥିରୁ ଏକ ନୂଆ ତଥା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପକରଣର ଆବିଷ୍କାର ନେଇ ଆକଳନ କରାଯାଉଛି। ଇୟୁରୋପୀୟନ ସୋସାଇଟି ଅଫ  ହ୍ୟୁମାନ ଜେନେଟିକ୍ସର ବାର୍ଷିକ ସମ୍ମିଳନୀରେ ଗବେଷଣା ସମୀକ୍ଷା ଉପସ୍ଥାପିତ କରାଯାଇଛି।

ବ୍ରିଟେନ ଏଡିନବର୍ଗ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକ କହିଛନ୍ତି  ଯେ ଏହି ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ କରୋନାରୀ ଆର୍ଟେରୀ ଡିଜିଜ (ସିଏଡି) ଓ ଏହାର ସମ୍ଭାବିତ ଘାତକ ପରିଣାମ ସମ୍ପର୍କରେ ଆକଳନ କରିହେବ। ଏହା ଛଡା ମାୟୋକାର୍ଡିୟଲ ଇନଫାର୍କସନ (ଏମଆଇ) ଯାହାକୁ ସାଧାରଣତଃ ହୃଦଘାତ କୁହାଯାଏ ତାର ପୂର୍ବାନୁମାନ ମଧ୍ୟ କରିହେବ।

ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିବା ଏନା ଭିଲାପ୍ଲାନା ଭେଲାସ୍କୋ ଏକ ବୟାନରେ ଏଥିପାଇଁ ସର୍ବ ପ୍ରଥମେ ଆମେ ୟୁକେ ବାୟୋବ୍ୟାଙ୍କରେ ଉପଲବ୍ଧ ଡାଟାରୁ ରେଟିନା ଭାସ୍କୁଲଚର ବ୍ରିଚିଂ ପାଟ୍ରନର ଅଧ୍ୟୟନ କରିଥିଲୁ ବୋଲି କହିଛନ୍ତି। ଏଥିରୁ ଭବିଷ୍ୟତରେ ଏକ ରେଟିନା ପରୀକ୍ଷଣ ହୃଦଘାତ ଲାଗି ରିସ୍କିରେ ଥିବା ଲୋକଙ୍କ ଚିହ୍ନଟ କରିବା ସହ ପର୍ଯ୍ୟାପ୍ତ ତଥ୍ୟ ଦେଇପାରିବ ବୋଲି କହିଛନ୍ତି। ଏଥିରେ ୫୦ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କ ମାୟୋକାର୍ଡିୟଲ ଇନଫାର୍କସନ (ଏମଆଇ) ଗଣନା ଉଚିତ ହେବ ବୋଲି  ଗବେଷକ କହିଛନ୍ତି।

ଏହା ଦ୍ୱାରା ଡାକ୍ତର ଲୋକଙ୍କୁ ଏଭଳି ସମ୍ଭାବନାରୁ ମୁକ୍ତ ରଖିବା ପାଇଁ ଧୂମ୍ରପାନ ଅଭ୍ୟାସ ଛାଡିବା, କୋଲେଷ୍ଟରଲ ଓ ରକ୍ତଚାପ କାୟମ ରଖିବା ଲାଗି ପରାମର୍ଶ ମଧ୍ୟ ଦେଇ ପାରିବେ। ରେଟିନା ଭାସ୍କୁଲାର ପାଟ୍ରନରେ ପରିବର୍ତ୍ତନ ଲୋକଙ୍କ ଠାରେ ଅନ୍ୟ ରୋଗ ଚିହ୍ନଟ କରିବା ମଧ୍ୟ ସହଜ ହେବ ବୋଲି କହିଛନ୍ତି।

Related Articles

Back to top button