ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଝଟକା: ଜାଣନ୍ତୁ କେଉଁ ୪ଟି ଆପରେ ରହିଛି ମାଲୱେର

ସ୍ମାର୍ଟଫୋନ ଲୋକମାନଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । କିନ୍ତୁ ଏହି ସ୍ମାର୍ଟଫୋନରେ ବେଳେ ବେଳେ ମାଲୱେର ଭଳି ଭାଇରସ ଦେଖା ଯାଇଥାଏ । ଏହି ମାଲୱେର ଲୋକମାନଙ୍କ ମୋବାଇଲ ବ୍ୟବହାର କରିବା ସମୟରେ ବାଧା ସୃଷ୍ଟି କରିଥାଏ । ତେବେ ଜୋକର ନାମକ ଏକ ମାଲୱେର ପ୍ଲେ ଷ୍ଟୋରରେ ଦେଖିବାକୁ ମିଳୁଛି । କିଛି ଆପ ମାନଙ୍କରେ ଏହି ମାଲୱେର ରହିଥିବାବେଳେ ଲୋକମାନେ କିଛି ନବୁଝି ଏହି ଆପ ଗୁଡ଼ିକୁ ଡାଉନଲୋଡ କରୁଛନ୍ତି । ପ୍ରଥମେ ୨୦୧୭ରେ ଜୋକର ମାଲେୱର ବିଷୟରେ ସମସ୍ତେ ଅବଗତ ହୋଇଥିବା ବେଳେ ଏହା ହ୍ୟାକର୍ସମାନଙ୍କର ପ୍ରଥମ ପସନ୍ଦ ପାଲଟିଥିଲା ।

ସାଇବର ସୁରକ୍ଷା ଅଧିକାରୀମାନେ ଜୋକର ମାଲୱେରକୁ ନେଇ ବାରମ୍ବାର ଚେତାବନୀ ଦେଇଥାନ୍ତି । ହ୍ୟାକର୍ସମାନେ ଉପଭୋକ୍ତାଙ୍କ ମୋବାଇଲର ଉପକରଣ ଗୁଡ଼ିକୁ କ୍ଷତି ପହଞ୍ଚାଇବା ପାଇଁ ଆପମାନଙ୍କ ମାଧ୍ୟମରେ ଏହି ମାଲୱେରକୁ ଇନଷ୍ଟଲ କରିବା ପାଇଁ ଅନୁମତି ଦେଇଥାନ୍ତି । ସାଇବର ସିକ୍ୟୁରିଟି ଏହି ଜୋକର ମାଲୱେରକୁ ଗୁଗଲ ପ୍ଲେ ଷ୍ଟୋରରେ ଥିବା ୪ଟି ଆପରେ ଖୋଜି ପାଇଛନ୍ତି । ‘ସ୍ମାର୍ଟ ଏସଏମଏସ ମେସେଜ’, ‘ବ୍ଲଡ ପ୍ରେସର ମନିଟର’, ‘ଭଏସ ଲାଙ୍ଗୁଏଜ ଟ୍ରାନ୍ସଲେଟର’ ଏବଂ’ କ୍ୱିକ ଟେକ୍ସଟ୍ ଏସଏମଏସ’ ଭଳି ୪ଟି ଆପରେ ମାଲୱେର ଭାଇରସ ଦେଖିବାକୁ ମିଳିଛି ।

ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପ ଗୁଡ଼ିକୁ ହଟାଇ ଦିଆଯାଇଛି । କିନ୍ତୁ ହଟାଇବା ପୂର୍ବରୁ ହିଁ ଏହି ଆପକୁ ୧ ୧ଲକ୍ଷରୁ ଅଧିକ ଉପଭୋକ୍ତା ଇନଷ୍ଟଲ କରି ସାରିଛନ୍ତି । ତେବେ ହ୍ୟାକର୍ସମାନେ ଏହି ଜୋକର ମାଲୱେର ଦ୍ୱାରା ଉପଭୋକ୍ତାଙ୍କ ଫୋନର ୱାନ ଟାଇମ ପାସୱାର୍ଡ ସେୟାର କରି ପାରିବେ । ନୋଟିଫିକେସନ, ସ୍କ୍ରିନସଟ, ଏସଏମଏସ ସହ କଲ ମଧ୍ୟ ଏହି ମାଲୱେର ଦ୍ୱାରା ସମ୍ଭବ । ସମସ୍ତ ମୋବାଇଲ ଉପଭୋକ୍ତାମାନେ ଯଦି ଏହି ଆପ ଗୁଡ଼ିକ ଡାଉନଲୋଡ କରିଛନ୍ତି ତେବେ ରିସର୍ଚ୍ଚ ଅନୁସାରେ ଏହାକୁ ଅନଇନଷ୍ଟଲ କରିଦେବା ଉଚିତ । କାରଣ ଏହି ଆପ ଗୁଡ଼ିକ ମାଧ୍ୟମରେ ହ୍ୟାକର୍ସ ସ୍ମାର୍ଟଫୋନକୁ କ୍ଷତି ପହଞ୍ଚାଇ ପାରିବେ ।

Related Articles

Back to top button