ଜାନୁଆରୀ ୨୬ରେ ଭାରତରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ଏହାକୁ ପ୍ରସ୍ତୁତ କରିଛି ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ୍। ଜାନୁଆରୀ ୨୬ ତାରିଖରେ ଏହି ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ ହେବ। କମ୍ପାନୀର ଚେୟାରମ୍ୟାନ୍ ତଥା ଏମ୍‌ଡି କୃଷ୍ଣା ଇଲା ଏହି ସୂଚନା ଦେଇଛନ୍ତି।

ମଧ୍ୟପ୍ରଦେଶ ଭୋପାଳର ମୌଲାନା ଆଜାଦ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ(MANIT)ରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ବିଜ୍ଞାନ ପର୍ବ(IISF)ରେ ଯୋଗ ଦେଇ ଇଲା ଏହି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ବର୍ତ୍ତମାନ ଗାଈଗୋରୁଙ୍କ ଠାରେ ଦେଖାଯାଉଥିବା ଲମ୍ପି ରୋଗର ନିବାରଣ ପାଇଁ ଭ୍ୟାକ୍ସିନ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଲମ୍ପି ଭ୍ୟାକ୍ସିନ ଲଞ୍ଚ୍ କରିବ ବୋଲି ଇଲା କହିଛନ୍ତି।

Related Articles

Back to top button