ସୁଧୁରୁଛି ବନ୍ୟା ସ୍ଥିତି: ହୀରାକୁଦରେ ୨୦ ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ

ମୁଣ୍ଡଳିରେ ପ୍ରବାହିତ ହେଉଛି ୯ ଲକ୍ଷ ୪୧ ହଜାର ଘନଫୁଟ ଜଳ

ଭୁବନେଶ୍ଵର:  ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ଏବଂ ଏହାରି ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବନ୍ୟା ପ୍ରଭାବିତ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନ  ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି। ଡ୍ୟାମର ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ହୀରାକୁଦକୁ ପ୍ରତି ସେକେଣ୍ଟରେ ୩ ଲକ୍ଷ ଜଳ ପ୍ରବେଶ କରୁଥିବା ବେଳେ ୨୦ ଗେଟ୍ ଦେଇ ନିଷ୍କାସନ ହେଉଛି ୪ ଲକ୍ଷ କ୍ୟୁସେକ ଜଳ। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା।

ମୁଣ୍ଡଳୀ ନିକଟରେରେ ମହାନଦୀରେ କମୁଛି ଜଳସ୍ତର। କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ଅପରାହ୍ନ ଚାରିଟା ସୁଦ୍ଧା ନଅ ଲକ୍ଷ ୪୧ହଜାର ଦୁଇ ଶହ ତିନି ଘନ ଫୁଟ ଜଳ ପ୍ରବାହିତ ହେଉଛି। ସେହି ଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳ ସ୍ତର ୯୪.୪୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୨.୧୦ଫୁଟ ରହିଛି। ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ।

ଆସନ୍ତାକାଲି ସୁଦ୍ଧା ହୀରାକୁଦର ଜଳସ୍ତର ୬୨୦.୫ ଫୁଟ୍ ପହଁଚିବାର ଲକ୍ଷ୍ୟ ରହିଛି।    ମୁଣ୍ଡଳିରେ ବର୍ତ୍ତମାନ  ୯ ଲକ୍ଷ ୪୧ ହଜାର ଜଳ ପ୍ରବାହିତ ହେଉଛି ଏବଂ ଧିରେ ଧିରେ କମୁଛି । ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । , ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ବୌଦ୍ଧରେ ୭୧.୩ ମିଲି, ଦେବଗଡ଼ରେ ୨୦ ମିଲି ହାରାହାରି ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି । ରାଜ୍ୟର ୧୯ଟି ବ୍ଲକରେ ୪୦ରୁ ୫୦ ମିଲି ବର୍ଷା ହୋଇଛି । ତେବେ ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଗେଟ୍ ଖୋଲାଯିବ।

ସ୍ଵତନ୍ତ୍ର ରିଲିଫ କମିଶନର କହିଛନ୍ତି, ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ସୃଷ୍ଟି ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ। ମୁଣ୍ଡଳିରେ ଜଳ ପ୍ରବାହ ୯ ଲକ୍ଷ ତଳକୁ ଗଲେ ଯାଇ ଗାଁମାନଙ୍କରେ ପାଣି ଖସିବ । ବନ୍ୟାରେ  ୨ ଲକ୍ଷ ୭୭ ହଜାର ୯୯୫ ପ୍ରଭାବିତ ହୋଇଥିଲେ । ଗତକାଲି ସୁଦ୍ଧା ୨ ଲକ୍ଷ ୪୩ ହଜାର ୩୪୩କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଇଛି ।  ୧୫୯ ମେଡ଼ିକାଲ କ୍ୟାମ୍ପ, ୧୧୦ ମୋବାଇଲ ଟିମ ବୁଲୁଛନ୍ତି ।

ଏହି ସମୟରେ ୫ଟି ସାପ କାମୁଡା କେସ ଆସିଛି ।  ୨୮୫5ଟି କ୍ୟାଟେଲ କ୍ୟାମ୍ପରେ ୧୦ ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । ୫ ହଜାର ୧୪ ହଜାର ୪୮୮ ଟୀକା ଦିଆଯାଇଛି । ୭ଟି ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚି ଯାଇଛି । ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ । ରନ୍ଧା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୫ଟି ଜିଲ୍ଲାରେ ୧୫ ଦିନ ରିଲିଫ ଦିଆଯିବ । ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ ବନ୍ୟାସ୍ଥିତି ଲାଗି ରହିପାରେ ।

Related Articles

Back to top button