ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର:  କିଛି ଦିନ ଧରି ଲଗାଣ ବର୍ଷା ପରେ ଆଜି ପୁଣି ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେବେ ବର୍ଷା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅପିଲ କରିଛନ୍ତି । ଲୋକଙ୍କୁ ଭୟଭୀତ ନହେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି – ପ୍ରିୟ ଭାଇ ଓ ଭଉଣୀମାନେ ନମସ୍କାର । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାତିରୁ  କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।  କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ ମାନନ୍ତୁ, ପ୍ରଶାସନକୁ ସହଯୋଗ କରନ୍ତୁ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ତେଣୁ ଆପଣମାନେ ନିଜେ ସୁରକ୍ଷିତ ରହନ୍ତୁ, ନିଜ ପରିବାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button