
ମସ୍କୋ ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକରେ ଯୋଗ ଦେବେ ନାହିଁ ଅଜିତ ଡୋଭାଲ
ରୁଷର ରାଜଧାନୀ ମସ୍କୋଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗଦେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର ସୂଚନା ମିଳିଛି।୨୯ ତାରିଖରେ ଶେଷ ହେବାକୁ ଥିବା ଏହି ବୈଠକକୁ ଏଥର ରୁଷ ଆୟୋଜନ କରୁଛି। ଡୋଭାଲ ସୁସ୍ଥ ହେବା ପରେ ଖୁବଶୀଘ୍ର ରୁଷ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ସେ ନିରାପତ୍ତା ପ୍ରସଙ୍ଗରେ ରୁଷ ସହିତ ଦ୍ଵିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଥିବା ସୂତ୍ରରୁ ଜଣାପଡ଼ିଛି।