
ଆଜିଠାରୁ ଓଜେଇଇ ୱେବ୍ କାଉନସେଲିଂ
ଭୁବନେଶ୍ୱର: ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ ବି.ଟେକ୍, ବି.ଆର୍କ, ବି.ପ୍ଲାନ୍, ବି.କ୍ୟାଟ୍, ଇଣ୍ଟିଗ୍ରେଟେଡ୍ ଏମ.ଏସସି ପାଇଁ କାଉନସେଲିଂ କରାଯିବ । କାଉନସେଲିଂ ର ସମସ୍ତ ପ୍ରକ୍ରିୟା www.ojee.nic.in ଏବଂ www.odishajee.com ରେ ବିସ୍ତୃତ ବିବରଣୀ ମିଳିବ ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୮ ରେ ଓଜେଇଇ ପରୀକ୍ଷା ୪୭ ହଜାର ୭୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ରାଜ୍ୟର ୩୦ ଟି ଜିଲ୍ଲାରେ ୬୧ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ସେହିପରି ସେପ୍ଟେମ୍ବର ୩ ରୁ ୭ ପର୍ଯ୍ୟନ୍ତ ସ୍ପେଶାଲ ଓଜେଇଇ ଆୟୋଜିତ ହୋଇଥିଲା । ଏଥିରେ ୨୮,୬୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।