ଅଯୋଧ୍ୟାରେ ଲତା ମଙ୍ଗେସକରଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହେବ

ଅଯୋଧ୍ୟା: ସେପ୍ଟମ୍ବର ୨୮ ହେଉଛି ସ୍ୱର୍ଗତଃ ଲତା ମଙ୍ଗେସରକରଙ୍କ ଜନ୍ମଦିନ । ଏହାକୁ ଧୂମ ଧାମରେ ପାଳନ କରିବା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଯୋଧ୍ୟାର ମୂଖ୍ୟ ପ୍ରବେଶ ଦ୍ୱାର ନୟା ଘାଟକୁ ଏବେ ଲତା ମଙ୍ଗେସକରଙ୍କ ନାମରେ ନାମିତ ହେବ । ଏ ନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବେ । ଲତାଙ୍କ ସମ୍ମାନାର୍ଥେ ୧୦ ଫୁଟ ଉଚ୍ଚତାର ଏକ ବିରାଟ ବୀଣା ମୂଖ୍ୟ ପ୍ରବେଶ ପଥରେ ଲଗାଯିବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନଲାଇନରେ ସାମିଲ ହେବେ ।

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ମୂର୍ତିକାର ରାମ ସୁତାର ଏହାକୁ ତିଆରି କରିଛନ୍ତି । ଅଯୋଧ୍ୟାର ପ୍ରମୁଖ ସନ୍ଥ, ସାଂସଦ ଏବଂ ବିଧାୟକ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହିବେ । ୨ ମାସ ସମୟ ଏବଂ ୭.୯ କୋଟି ବଜେଟରେ ମୂର୍ତି ତିଆରି ହୋଇଛି । ପ୍ରବେଶ ପଥର ପାଚେରୀରରେ ଲତାଙ୍କ ସହ ଜଡିତ କେତେକ ସ୍ମୃତି ଚିତ୍ରିତ କରାଯିବ ।

Related Articles

Back to top button